ପାକିସ୍ତାନର ସୀମା ହାଇଦରଙ୍କୁ ୬ ଘଣ୍ଟା ଜେରା କଲା ୟୁପି ଏଟିଏସ୍
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଏଟିଏସ୍ (ଆତଙ୍କବାଦ ନିରୋଧ ଦଳ) ଗତକାଲି ପାକିସ୍ତାନୀ ନାଗରିକ ସୀମା ହାଇଦର ଏବଂ ତାଙ୍କ ଭାରତୀୟ ପ୍ରେମିକ ତଥା ଗ୍ରେଟର ନଏଡ଼ା ବାସିନ୍ଦା ସଚିନ ମୀନା ଏବଂ ତାଙ୍କ ବାପା ନେତ୍ରପାଲ ସିଂହଙ୍କୁ ଜେରା କରିଛି। ସୀମା ହାଇଦର ଏବଂ ଅନ୍ୟ ୨ ଜଣଙ୍କୁ ସେମାନଙ୍କ ବାସଭବନରୁ ପୁଲିସ ଉଠାଇ ନେଇ ନଏଡ଼ାର ଏକ ଅଜ୍ଞାତ ସ୍ଥାନରେ ରଖି ଦୀର୍ଘ ୬ ଘଣ୍ଟା ଧରି ଜେରା କରିଛି। ବିଭିନ୍ନ ସର୍ତ୍ତ ଆଧାରରେ ଉକ୍ତ […]
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଏଟିଏସ୍ (ଆତଙ୍କବାଦ ନିରୋଧ ଦଳ) ଗତକାଲି ପାକିସ୍ତାନୀ ନାଗରିକ ସୀମା ହାଇଦର ଏବଂ ତାଙ୍କ ଭାରତୀୟ ପ୍ରେମିକ ତଥା ଗ୍ରେଟର ନଏଡ଼ା ବାସିନ୍ଦା ସଚିନ ମୀନା ଏବଂ ତାଙ୍କ ବାପା ନେତ୍ରପାଲ ସିଂହଙ୍କୁ ଜେରା କରିଛି। ସୀମା ହାଇଦର ଏବଂ ଅନ୍ୟ ୨ ଜଣଙ୍କୁ ସେମାନଙ୍କ ବାସଭବନରୁ ପୁଲିସ ଉଠାଇ ନେଇ ନଏଡ଼ାର ଏକ ଅଜ୍ଞାତ ସ୍ଥାନରେ ରଖି ଦୀର୍ଘ ୬ ଘଣ୍ଟା ଧରି ଜେରା କରିଛି। ବିଭିନ୍ନ ସର୍ତ୍ତ ଆଧାରରେ ଉକ୍ତ ୩ ଜଣଙ୍କୁ କୋର୍ଟ ଜାମିନ ଦେବାପରେ ଉତ୍ତରପ୍ରଦେଶ ପୁଲିସ ସେମାନଙ୍କୁ ଅଟକ ରଖି ଜେରା ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ସୀମା ତାଙ୍କର ୪ ପିଲାଙ୍କ ସହ ନେପାଳ ଦେଇ ଭାରତକୁ ବେଆଇନ ପ୍ରବେଶ କରିଥିଲେ। ଜୁଲାଇ ୪ ତାରିଖରେ ନଏଡ଼ାର ଗୌତମ ବୁଦ୍ଧ ନଗର ପୁଲିସ ସୀମା ହାଇଦରଙ୍କୁ ଗିରଫ କରିଥିଲା। ଅନ୍ୟପକ୍ଷେ ମୀନା ଏବଂ ତାଙ୍କ ବାପାଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ବେଆଇନ ଭାବେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଆଶ୍ରୟ ଦେଇଥିବାରୁ ମୀନା ଏବଂ ତାଙ୍କ ବାପାଙ୍କୁ ପୁଲିସ ଗିରଫ କରିଥିଲା। ଉକ୍ତ ମାମଲାରେ ଏବେ ଜୋରଦାର ତଦନ୍ତ ଜାରି ରହିଛି।




