ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ୍) ମୁଖ୍ୟ ଇମ୍ରାନ ଖାନ ଆଜି ଇସଲାମାବାଦ ହାଇକୋର୍ଟ ବାହାରୁ ଗିରଫ ହୋଇଛନ୍ତି। ପାକିସ୍ତାନ ରେଂଜର୍ସଙ୍କ ଦ୍ବାରା ଇମ୍ରାନଙ୍କୁ କୋର୍ଟ ପରିସରରୁ ଧକ୍କା ମାରି ଉଠାଇ ନିଆଯାଇଛି। ପାକିସ୍ତାନ ରେଂଜର୍ସଙ୍କ ଦ୍ବାରା ଇମ୍ରାନଙ୍କୁ ମାଡ଼ ମରାଯାଇଛି ଏବଂ ଏଥିରେ ସେ ଆହତ ହୋଇଛନ୍ତି ବୋଲି ପିଟିଆଇ ଦାବି କରିଛି। ଇମ୍ରାନ ଗିରଫ ହୋଇଥିବା ସ୍ପଷ୍ଟ କରି ପିଟିଆଇ ନେତା ମୁସାରତ ଚିମା କହିଛନ୍ତି, […]

Samaya Live Picture
Published On

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ୍) ମୁଖ୍ୟ ଇମ୍ରାନ ଖାନ ଆଜି ଇସଲାମାବାଦ ହାଇକୋର୍ଟ ବାହାରୁ ଗିରଫ ହୋଇଛନ୍ତି। ପାକିସ୍ତାନ ରେଂଜର୍ସଙ୍କ ଦ୍ବାରା ଇମ୍ରାନଙ୍କୁ କୋର୍ଟ ପରିସରରୁ ଧକ୍କା ମାରି ଉଠାଇ ନିଆଯାଇଛି। ପାକିସ୍ତାନ ରେଂଜର୍ସଙ୍କ ଦ୍ବାରା ଇମ୍ରାନଙ୍କୁ ମାଡ଼ ମରାଯାଇଛି ଏବଂ ଏଥିରେ ସେ ଆହତ ହୋଇଛନ୍ତି ବୋଲି ପିଟିଆଇ ଦାବି କରିଛି। ଇମ୍ରାନ ଗିରଫ ହୋଇଥିବା ସ୍ପଷ୍ଟ କରି ପିଟିଆଇ ନେତା ମୁସାରତ ଚିମା କହିଛନ୍ତି, ସେମାନେ ଏବେ ଇମ୍ରାନ ଖାନଙ୍କୁ ନିର୍ଯାାତନା ଦେଉଛନ୍ତି। ସେମାନେ ଇମ୍ରାନଙ୍କୁ ମାରଧର କରିଛନ୍ତି। ପିଟିଆଇ ଉପସଭାପତି ଫୱାଦ ଚୌଧରୀ ମଧ୍ୟ କହିଛନ୍ତି ଯେ ଇସଲାମାବାଦ ହାଇକୋର୍ଟ ଏବେ ପାକିସ୍ତାନ ରେଂଜର୍ସ ନିୟନ୍ତ୍ରଣରେ। ତେବେ ଇମ୍ରାନଙ୍କୁ କୋର୍ଟରୁ ଅପହରଣ କରିନିଆଯାଇଛି ବୋଲି ଅନ୍ୟ ପିଟିଆଇ ନେତାମାନେ ଅଭିଯୋଗ କରିଛନ୍ତି। ଇତି ମଧ୍ୟରେ ଇସଲାମାବାଦ ପୁଲିସ ଆଜି ଇସଲାମାବାଦରେ ଧାରା ୧୪୪ ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ପୁଲିସ ଇମ୍ରାନଙ୍କ ଘରେ ଚଢ଼ଉ କରିଥିଲା। କିନ୍ତୁ ଇମ୍ରାନଙ୍କୁ ଗିରଫ କରିବାରେ ସଫଳ ହୋଇନଥିଲା।

Tags: