ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେଲେ ଅନୱର ଉଲ ହକ୍ କାକର
ଇସଲାମାବାଦ: ସିନେଟର ଅନୱର ଉଲ୍ ହକ୍ କାକର୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏବଂ ବିରୋଧୀ ଦଳ ନେତା ରାଜା ରିଆଜ ଉକ୍ତ ପ୍ରସଙ୍ଗରେ ବିଚାରବିମର୍ଶ କରିବାପରେ କାକର୍ଙ୍କ ନାମ ଚୂଡ଼ାନ୍ତ କରିଛନ୍ତି। କାମଚଳା ପ୍ରଧାନମନ୍ତ୍ରୀ ଭାବେ କାକର୍ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଶାସନ କରିବେ ଏବଂ ଆସନ୍ତା ବର୍ଷର ସାଧାରଣ ନିର୍ବାଚନ ମଧ୍ୟ କାକରଙ୍କ ତତ୍ତ୍ବାବଧାନରେ ହେବ। ବଲୁଚିସ୍ତାନ ଅୱାମୀ ପାର୍ଟି (ବିଏପି) ସାଂସଦ […]
ଇସଲାମାବାଦ: ସିନେଟର ଅନୱର ଉଲ୍ ହକ୍ କାକର୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏବଂ ବିରୋଧୀ ଦଳ ନେତା ରାଜା ରିଆଜ ଉକ୍ତ ପ୍ରସଙ୍ଗରେ ବିଚାରବିମର୍ଶ କରିବାପରେ କାକର୍ଙ୍କ ନାମ ଚୂଡ଼ାନ୍ତ କରିଛନ୍ତି। କାମଚଳା ପ୍ରଧାନମନ୍ତ୍ରୀ ଭାବେ କାକର୍ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଶାସନ କରିବେ ଏବଂ ଆସନ୍ତା ବର୍ଷର ସାଧାରଣ ନିର୍ବାଚନ ମଧ୍ୟ କାକରଙ୍କ ତତ୍ତ୍ବାବଧାନରେ ହେବ। ବଲୁଚିସ୍ତାନ ଅୱାମୀ ପାର୍ଟି (ବିଏପି) ସାଂସଦ କାକର୍ ଆଗାମୀ ସାଧାରଣ ନିର୍ବାଚନ ହେବା ପର୍ଯ୍ୟନ୍ତ ଏକ କାମଚଳା ସରକାରର ନେତୃତ୍ବ ନେବେ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଗତ ଅଗଷ୍ଟ ୯ ତାରିଖରେ ନେସନାଲ ଆସେମ୍ବ୍ଲି ଭାଙ୍ଗିବାପାଇଁ ସୁପାରିସ କରିଥିଲେ।




