ପାକିସ୍ତାନର ଅମାନବୀୟ ଆଚରଣ, ଝଡ଼ତୋଫାନ ସମୟରେ ଆକାଶମାର୍ଗ ବ୍ୟବହାର କରିବାକୁ ଅନୁମତି ଦେଲାନି

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ହଠାତ୍ କୁଆପଥର ମାଡ଼ର ସମ୍ମୁଖୀନ ହୋଇଥିବାରୁ ଇଣ୍ଡିଗୋ ପାଇଲଟ୍ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଯୋଗାଯୋଗ କରି ପାକିସ୍ତାନ ଆକାଶପଥକୁ ଖୁବ୍‌ କମ୍‌ ସମୟ ପାଇଁ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ। ତେବେ ଭାରତ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଭାରତୀୟ ଏୟାରଲାଇନ୍ସକୁ ସାହାଯ୍ୟ କରିବାକୁ ମନା କରିଦେଇଥିଲା। କୁଆପଥର ମାଡ଼ରେ ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରବଳ ଅସ୍ଥିରତା ମଧ୍ୟରେ ବିମାନକୁ […]

ପାକିସ୍ତାନର ଅମାନବୀୟ ଆଚରଣ, ଝଡ଼ତୋଫାନ ସମୟରେ ଆକାଶମାର୍ଗ ବ୍ୟବହାର କରିବାକୁ ଅନୁମତି ଦେଲାନି
Samaya Live Picture
Published On

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ହଠାତ୍ କୁଆପଥର ମାଡ଼ର ସମ୍ମୁଖୀନ ହୋଇଥିବାରୁ ଇଣ୍ଡିଗୋ ପାଇଲଟ୍ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଯୋଗାଯୋଗ କରି ପାକିସ୍ତାନ ଆକାଶପଥକୁ ଖୁବ୍‌ କମ୍‌ ସମୟ ପାଇଁ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ। ତେବେ ଭାରତ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଭାରତୀୟ ଏୟାରଲାଇନ୍ସକୁ ସାହାଯ୍ୟ କରିବାକୁ ମନା କରିଦେଇଥିଲା। କୁଆପଥର ମାଡ଼ରେ ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରବଳ ଅସ୍ଥିରତା ମଧ୍ୟରେ ବିମାନକୁ ସୁରକ୍ଷିତ ଭାବେ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରାଇବାରେ ପାଇଲଟ ସକ୍ଷମ ହୋଇଥିଲେ। ସୂଚନାଯୋଗ୍ୟ, ଇଣ୍ଡିଗୋ ବିମାନ ୬ଇ୨୧୪୨ ଗନ୍ତବ୍ୟସ୍ଥଳ (ଶ୍ରୀନଗର)ନିକଟରେ ଥିବା ବେଳେ କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ଶ୍ରୀନଗର ବିମାନବନ୍ଦରରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇବା ପୂର୍ବରୁ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।

Tags: