ପାକିସ୍ତାନରେ ୨ ବସ୍‌ରୁ ୯ ଯାତ୍ରୀଙ୍କୁ ଅପହରଣ କରିନେଇ ହତ୍ୟା

ଇସଲାମାବାଦ: ଦକ୍ଷିଣପଶ୍ଚିମ ପାକିସ୍ତାନରେ କିଛି ବନ୍ଧୁକଧାରୀ ବ୍ୟକ୍ତି ୨ଟି ବସ୍‌ରୁ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି। ଗୁରୁବାର ରାତିରେ କିଛି ସଶସ୍ତ୍ର ବ୍ୟକ୍ତି ରାଜପଥରେ ୨ଟି ଯାତ୍ରିବାହୀ ବସ୍‌ ଅଟକାଇଥିଲେ ଏବଂ ବସ୍‌ରୁ ୯ ଜଣଙ୍କୁ ଅପହରଣ କ‌ରିନେଇ ହତ୍ୟା କରିଥିଲେ। ବଲୁଚିସ୍ତାନ ପ୍ରଦେଶର ଲୋରାଲାଇ ଜିଲ୍ଲା ଅଧୀନସ୍ଥ‌ ଝୋବ୍‌ରେ ଏହି ଆକ୍ରମଣ ହୋଇଛି। ଜିଲ୍ଲା ପ୍ରଶାସକ ସାଦତ ହୁସେନ ଶୁକ୍ରବାର କହିଛନ୍ତି, ବସ୍‌ଗୁଡ଼ିକ ପ୍ରାଦେଶିକ ରାଜଧାନୀ କ୍ବେଟାରୁ ପଞ୍ଜାବ ପ୍ରଦେଶକୁ ଯାଉଥିବାବେଳେ […]

ପାକିସ୍ତାନରେ ୨ ବସ୍‌ରୁ ୯ ଯାତ୍ରୀଙ୍କୁ ଅପହରଣ କରିନେଇ ହତ୍ୟା
Samaya Live Picture
Published On

ଇସଲାମାବାଦ: ଦକ୍ଷିଣପଶ୍ଚିମ ପାକିସ୍ତାନରେ କିଛି ବନ୍ଧୁକଧାରୀ ବ୍ୟକ୍ତି ୨ଟି ବସ୍‌ରୁ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି। ଗୁରୁବାର ରାତିରେ କିଛି ସଶସ୍ତ୍ର ବ୍ୟକ୍ତି ରାଜପଥରେ ୨ଟି ଯାତ୍ରିବାହୀ ବସ୍‌ ଅଟକାଇଥିଲେ ଏବଂ ବସ୍‌ରୁ ୯ ଜଣଙ୍କୁ ଅପହରଣ କ‌ରିନେଇ ହତ୍ୟା କରିଥିଲେ। ବଲୁଚିସ୍ତାନ ପ୍ରଦେଶର ଲୋରାଲାଇ ଜିଲ୍ଲା ଅଧୀନସ୍ଥ‌ ଝୋବ୍‌ରେ ଏହି ଆକ୍ରମଣ ହୋଇଛି। ଜିଲ୍ଲା ପ୍ରଶାସକ ସାଦତ ହୁସେନ ଶୁକ୍ରବାର କହିଛନ୍ତି, ବସ୍‌ଗୁଡ଼ିକ ପ୍ରାଦେଶିକ ରାଜଧାନୀ କ୍ବେଟାରୁ ପଞ୍ଜାବ ପ୍ରଦେଶକୁ ଯାଉଥିବାବେଳେ ବାଟରେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ ସ୍ଥାନ ଛାଡ଼ି ପଳାଇଥିବାବେଳେ ସେମାନଙ୍କୁ ଖୋଜିବାପାଇଁ ଅପ‌‌ରେସନ୍‌ ଜାରି ରହିଛି। ପରେ କର୍ତ୍ତୃପକ୍ଷମାନେ ରାଜପଥରୁ ୯ ଜଣଙ୍କ ମର ଶରୀର ପାଇଛନ୍ତି। ଅପହରଣ ଓ ହତ୍ୟା ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ଯାତ୍ରୀମାନଙ୍କୁ ବଲୁଚିସ୍ତାନରେ ନିର୍ମମ ହତ୍ୟା ଘଟଣାରେ ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲି ଜର୍ଦ୍ଦାରୀ ଏକ ବିବୃତି ଜାରି କରି ନିନ୍ଦା‌ କରିଛନ୍ତି। ସେ ଏହି ଘଟଣା ପାଇଁ ବଲୋଚ ଲିବରେସନ୍‌ ଆର୍ମିକୁ ଦା‌ୟୀ କରିଛନ୍ତି।

Tags: