ପାକିସ୍ତାନରେ ୧୫୦ ବର୍ଷର ପୁରୁଣା ମନ୍ଦିର ଉପରେ ଆକ୍ରମଣ

ଇସ୍‌ଲାମାବାଦ: ପାକିସ୍ତାନରେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଶକ୍ତ ଧକ୍କା ଲାଗିଛି। କରାଚୀ ସହର ନିକଟରେ ଥିବା ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି। ମନ୍ଦିରକୁ ମୂଳପୋଛ କରିବା ପାଇଁ ଗତରାତିରେ ଦୁଇଟି ବୁଲ୍‌ଡୋଜର ବ୍ୟବହାର କରାଯାଇଥିଲା ଏବଂ ବହୁ ସଂଖ୍ୟାରେ ପୁଲିସ କର୍ମୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ପରିଚାଳନା କରାଯାଇଥିଲା। ମନ୍ଦିର ଧ୍ବସ୍ତ ହେବାପରେ ଏହି ଅଂଚଳରେ ରହୁଥିବା ହିନ୍ଦୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ମନ୍ଦିରର ଦେଖାରଖା କରୁଥିବା […]

Samaya Live Picture
Published On

ଇସ୍‌ଲାମାବାଦ: ପାକିସ୍ତାନରେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଶକ୍ତ ଧକ୍କା ଲାଗିଛି। କରାଚୀ ସହର ନିକଟରେ ଥିବା ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି। ମନ୍ଦିରକୁ ମୂଳପୋଛ କରିବା ପାଇଁ ଗତରାତିରେ ଦୁଇଟି ବୁଲ୍‌ଡୋଜର ବ୍ୟବହାର କରାଯାଇଥିଲା ଏବଂ ବହୁ ସଂଖ୍ୟାରେ ପୁଲିସ କର୍ମୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ପରିଚାଳନା କରାଯାଇଥିଲା। ମନ୍ଦିର ଧ୍ବସ୍ତ ହେବାପରେ ଏହି ଅଂଚଳରେ ରହୁଥିବା ହିନ୍ଦୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ମନ୍ଦିରର ଦେଖାରଖା କରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଅଧିକାରୀମାନେ ଅଚାନକ ରାତି ଅଧରେ ବୁଲ୍‌ଡୋଜର ସହ ପହଞ୍ଚିଥିଲେ ଏବଂ ମନ୍ଦିର ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଏ ସଂପର୍କରେ ଆଗୁଆ କୌଣସି ସୂଚନା ଦିଆଯାଇନଥିଲା ବୋଲି ସେ କହିଛନ୍ତି।

Tags: