ପାକିସ୍ତାନରେ ରାଜନୈତିକ ରାଲିରେ ଆତ୍ମଘାତୀ ବିସ୍ଫୋରଣ, ୪୬ ମୃତ

ଇସଲାମାବାଦ : ପାକିସ୍ତାନର ଖାଇବରପଖତୁନଖ୍ବା ପ୍ରଦେଶରେ ରବିବାର ଦିନ ଏକ ରାଜନୈତିକ ରାଲିରେ ଆତ୍ମଘାତୀ ବିସ୍ଫୋରଣ ହୋଇ ୪୬ ଜଣଙ୍କ ମୃତ୍ୟୁ‌ ହୋଇଯାଇଛି। ଶତାଧିକ ଲୋକ ଆହତ ହୋଇଛନ୍ତି। କୌଣସି ଆତଙ୍କବାଦୀ ଗୋଷ୍ଠୀ ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନଥିଲେ ମଧ୍ୟ ଉକ୍ତ ଆକ୍ରମଣ ପଛରେ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀର ହାତ ଅଛି ବୋଲି ସନ୍ଦେହ କରାଯାଉଛି। ମିଳିଥିବା ସୂଚନାନୁଯାୟୀ ଗତକାଲି ବଜୌର ଖାରରେ ଜେୟୁଆଇଏଫ୍‌ (ଜାମିଅତ ଉଲେମା ଏ ଇସଲାମ ଫଜଲ) କର୍ମୀମାନଙ୍କର ଏକ […]

Samaya Live Picture
Published On

ଇସଲାମାବାଦ : ପାକିସ୍ତାନର ଖାଇବରପଖତୁନଖ୍ବା ପ୍ରଦେଶରେ ରବିବାର ଦିନ ଏକ ରାଜନୈତିକ ରାଲିରେ ଆତ୍ମଘାତୀ ବିସ୍ଫୋରଣ ହୋଇ ୪୬ ଜଣଙ୍କ ମୃତ୍ୟୁ‌ ହୋଇଯାଇଛି। ଶତାଧିକ ଲୋକ ଆହତ ହୋଇଛନ୍ତି। କୌଣସି ଆତଙ୍କବାଦୀ ଗୋଷ୍ଠୀ ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନଥିଲେ ମଧ୍ୟ ଉକ୍ତ
ଆକ୍ରମଣ ପଛରେ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀର ହାତ ଅଛି ବୋଲି ସନ୍ଦେହ କରାଯାଉଛି। ମିଳିଥିବା ସୂଚନାନୁଯାୟୀ ଗତକାଲି ବଜୌର ଖାରରେ ଜେୟୁଆଇଏଫ୍‌ (ଜାମିଅତ ଉଲେମା ଏ ଇସଲାମ ଫଜଲ) କର୍ମୀମାନଙ୍କର ଏକ ବୈଠକ ଥିଲା। ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଆ‌ତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ପ୍ରାୟ ୪୦୦ କର୍ମୀ ରାଲି ସ୍ଥଳରେ ଉପସ୍ଥିତ ଥିଲେ। ପୁଲିସ ଅନୁଯାୟୀ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅତି ଗୁରୁତର ଆହତଙ୍କୁ ପେଶାୱାରକୁ ଏୟାରଲିଫ୍ଟ କରାଯାଇଛି।

Tags: