ପାକିସ୍ତାନରେ ରନ୍ଧନ ଗ୍ୟାସର ଘୋର ଅଭାବ
ଇସଲାମାବାଦ: ପାକିସ୍ତାନର ଅନେକ ସହରରେ ରନ୍ଧନ ଗ୍ୟାସ୍ର ଘୋର ଅଭାବ ଦେଖିବାକୁ ମିଳିଛି। ବର୍ତ୍ତମାନ ମୁସଲିମ୍ ଧର୍ମାବଲମ୍ବୀମାନେ ରମଜାନ ପାଳନ କରୁଛନ୍ତି। ଗ୍ୟାସ୍ ଅଭାବ ଯୋଗୁ ଲୋକମାନେ ଦୈନିକ ଉପବାସ ଭାଙ୍ଗିବା ପରେ ଖାଦ୍ୟ ପ୍ରସ୍ତୁତି ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ରମଜାନ୍ ମାସରେ ରନ୍ଧନ ଗ୍ୟାସ ଯୋଗାଣରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବନାହିଁ ବୋଲି ଗ୍ୟାସ ବିତରଣ କମ୍ପାନି ସୁଇ ନଦନ୍ ଗ୍ୟାସ୍ ଓ ସୁଇ ସଦର୍ନ ଗ୍ୟାସ୍ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କରାଚି, […]
ଇସଲାମାବାଦ: ପାକିସ୍ତାନର ଅନେକ ସହରରେ ରନ୍ଧନ ଗ୍ୟାସ୍ର ଘୋର ଅଭାବ ଦେଖିବାକୁ ମିଳିଛି। ବର୍ତ୍ତମାନ ମୁସଲିମ୍ ଧର୍ମାବଲମ୍ବୀମାନେ ରମଜାନ ପାଳନ କରୁଛନ୍ତି। ଗ୍ୟାସ୍ ଅଭାବ ଯୋଗୁ ଲୋକମାନେ ଦୈନିକ ଉପବାସ ଭାଙ୍ଗିବା ପରେ ଖାଦ୍ୟ ପ୍ରସ୍ତୁତି ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ରମଜାନ୍ ମାସରେ ରନ୍ଧନ ଗ୍ୟାସ ଯୋଗାଣରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବନାହିଁ ବୋଲି ଗ୍ୟାସ ବିତରଣ କମ୍ପାନି ସୁଇ ନଦନ୍ ଗ୍ୟାସ୍ ଓ ସୁଇ ସଦର୍ନ ଗ୍ୟାସ୍ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କରାଚି, ରାଓଲପିଣ୍ଡି ଭଳି ପ୍ରମୁଖ ସହରଗୁଡ଼ିକରେ ରନ୍ଧନଗ୍ୟାସର ଘୋର ଅଭାବ ଦେଖିବାକୁ ମିଳିଛି। କରାଚିର ରିଫା ଆମ୍ ସୋସାଇଟି, ମାଲିର୍, ନାଜିମ୍ବାଦ, ଗୁଲବାହାର ଓ ରନଚୋରେ ଲାଇନ୍ ଏରିଆ, ରାଓଲପିଣ୍ଡିର ସାଟେଲାଇଟ୍ ଟାଉନ୍, ଧୋକେ କାଶମିରିଆନ୍, ଧୋକେ ପ୍ରଚା, ଧୋକେ କାଲା ଖାନ୍, ଖୁରମ୍ କଲୋନି ଓ ସାଦିକାବାଦ୍ରେ ରନ୍ଧନ ଗ୍ୟାସ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଉପବାସ ଭଙ୍ଗ କରିବା ପରେ ଘରେ ଖାଦ୍ୟ ରାନ୍ଧିବା ସମସ୍ୟା ଯୋଗୁ ଲୋକମାନେ ବିଭିନ୍ନ ହୋଟେଲ୍ରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ସୁଇ ସଦର୍ନ ଗ୍ୟାସ୍ କମ୍ପାନି ପକ୍ଷରୁ ସମସ୍ୟା ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ଗ୍ୟାସ୍ ଟ୍ୟାଙ୍କି ଭର୍ତ୍ତି କରିବା କାର୍ଯ୍ୟକ୍ରମ ଯୋଗୁଁ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୩ଟା ଓ ରାତି ୧୦ଟାରୁ ଭୋର ୩ଟା ଯାଏଁ ଗ୍ୟାସ୍ ଯୋଗାଣ ବନ୍ଦ ରହିବ ବୋଲି କୁହାଯାଇଛି।




