ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ବରିଷ୍ଠ ପୁଲିସ ଅଫିସରଙ୍କ ସମେତ ୫୨ ମୃତ, ଶତାଧିକ ଆହତ
ଇସଲାମାବାଦ : ପାକିସ୍ତାନର ବାଲୁଚିସ୍ତାନରେ ଆଜି ଆତ୍ମଘାତୀ ବିସ୍ଫୋରଣ ହୋଇ ୫୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ବରିଷ୍ଠ ପୁଲିସ ଅଫିସର ଅଛନ୍ତି। ଆହୂରି ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତ ପୁଲିସ ଅଫିସର ଜଣେ ଡିଏସ୍ପି ବୋଲି ଜଣାପଡ଼ିଛି। ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ ନିକଟରେ ଏହି ବିସ୍ଫୋରଣ ହୋଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି। […]
ଇସଲାମାବାଦ : ପାକିସ୍ତାନର ବାଲୁଚିସ୍ତାନରେ ଆଜି ଆତ୍ମଘାତୀ ବିସ୍ଫୋରଣ ହୋଇ ୫୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ବରିଷ୍ଠ ପୁଲିସ ଅଫିସର ଅଛନ୍ତି। ଆହୂରି ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତ ପୁଲିସ ଅଫିସର ଜଣେ ଡିଏସ୍ପି ବୋଲି ଜଣାପଡ଼ିଛି। ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ ନିକଟରେ ଏହି ବିସ୍ଫୋରଣ ହୋଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ତେବେ ସେପ୍ଟେମ୍ବରରେ ମସ୍ତୁଙ୍ଗ ଜିଲ୍ଲାରେ ଦ୍ବିତୀୟ ଥର ପାଇଁ ଏଭଳି ବିସ୍ଫୋରଣ ହୋଇଛି। ଚଳିତ ମାସରେ ଆଉ ଏକ ବିସ୍ଫୋରଣ ହୋଇ ଅନେକ ଲୋକ ଆହତ ହୋଇଥିଲେ। ଉକ୍ତ ଆକ୍ରମଣ ପାଇଁ କେହି ବି ନିଜକୁ ଦାୟୀ କରିନାହାନ୍ତି।




