ପାକିସ୍ତାନରେ ଡଙ୍ଗାବୁଡ଼ି ୫ ମୃତ

ଇସଲାମାବାଦ: ପାକିସ୍ତାନର ମୁଲତାନ ଜିଲ୍ଲାରେ ଶନିବାର ଡଙ୍ଗା ବୁଡ଼ିଯାଇ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ପଞ୍ଜାବ ପ୍ରଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଥିବାବେଳେ ଏହି ଦୁଘର୍ଟଣା ଘଟିଥିଲା। ନଦୀର ‌ପ୍ରଖର ସ୍ରୋତରେ ଡଙ୍ଗାଟି ଓଲଟି ପଡ଼ିଥିଲା। ତେବେ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ପାକିସ୍ତାନ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାବି, ସତଲେଜ ଏବଂ ଚେନାବ ନଦୀରେ ବନ୍ୟା ଆସି ୪୧୦୦ ଗାଁ ପ୍ରଭାବିତ ହୋଇଛି। ଏହି ଘଟଣାରେ […]

ପାକିସ୍ତାନରେ ଡଙ୍ଗାବୁଡ଼ି ୫ ମୃତ
Samaya Live Picture
Published On

ଇସଲାମାବାଦ: ପାକିସ୍ତାନର ମୁଲତାନ ଜିଲ୍ଲାରେ ଶନିବାର ଡଙ୍ଗା ବୁଡ଼ିଯାଇ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ପଞ୍ଜାବ ପ୍ରଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଥିବାବେଳେ ଏହି ଦୁଘର୍ଟଣା ଘଟିଥିଲା। ନଦୀର ‌ପ୍ରଖର ସ୍ରୋତରେ ଡଙ୍ଗାଟି ଓଲଟି ପଡ଼ିଥିଲା। ତେବେ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ପାକିସ୍ତାନ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାବି, ସତଲେଜ ଏବଂ ଚେନାବ ନଦୀରେ ବନ୍ୟା ଆସି ୪୧୦୦ ଗାଁ ପ୍ରଭାବିତ ହୋଇଛି। ଏହି ଘଟଣାରେ ଦଶ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଜୁନ୍‌ରୁ ଏଠାରେ ବର୍ଷା ଓ ବନ୍ୟା ଯୋଗୁ ପାଖାପାଖି ୯୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ସତଲେଜ ନଦୀର ଗଣ୍ଡା ସିଂହ ୱାଲାଠାରେ ସ୍ଥିତି ବିପଜ୍ଜନକ ରହିଛି। ସେପ୍ଟେମ୍ବର ୭ରୁ ୯ ପର୍ଯ୍ୟନ୍ତ ଅଧିକ ବର୍ଷା ସମ୍ଭାବନା ରହିଥିବାରୁ ଡେରା ଘାଜି ଖାନ ଏବଂ ରାଜନପୁରର ପାହାଡ଼ିଆ ଅଞ୍ଚଳରେ ଅଚାନକ ବନ୍ୟା ଆସିବାର ଆଶଙ୍କା ରହିଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୃଷି, ଜଳସେଚନ, ଜଙ୍ଗଲ, ସ୍ବାସ୍ଥ୍ୟ, ପଶୁପାଳନ ଏବଂ ପରିବହନ ବିଭାଗକୁ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରଶାସନକୁ ସହଯୋଗ କରିବାକୁ ଲୋକମାନଙ୍କୁ ନିବେଦନ କରାଯାଇଛି।

Tags: