ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା ୩୩ ମୃତ, ୮୦ ଆହତ
ଇସଲାମାବାଦ : ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା ହୋଇ ୮୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପାକିସ୍ତାନର କରାଚିରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ହାଜରା ଏକ୍ସପ୍ରେସ୍ର ୧୦ଟି ବଗି ଲାଇନଚ୍ୟୁତ ହେବା ଫଳରେ ୩୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ୮୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସାହଜାଦପୁର ଓ ନୱାବଶାହ ମଧ୍ୟବର୍ତ୍ତୀ ସାହାରା ରେଳ ଷ୍ଟେସନ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାର କାରଣ ଜାଣିବାପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି। […]
ଇସଲାମାବାଦ : ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା ହୋଇ ୮୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପାକିସ୍ତାନର କରାଚିରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ହାଜରା ଏକ୍ସପ୍ରେସ୍ର ୧୦ଟି ବଗି ଲାଇନଚ୍ୟୁତ ହେବା ଫଳରେ ୩୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ୮୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସାହଜାଦପୁର ଓ ନୱାବଶାହ ମଧ୍ୟବର୍ତ୍ତୀ ସାହାରା ରେଳ ଷ୍ଟେସନ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାର କାରଣ ଜାଣିବାପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି। ପୁଲିସ, ରେଳ କର୍ମଚାରୀ ଓ ସାଧାରଣ ଲୋକମାନେ ଓଲଟି ପଡ଼ିଥିବା ବଗିଗୁଡ଼ିକରୁ ଲୋକଙ୍କୁ ଟାଣି ବାହାର କରୁଛନ୍ତି। ଆହତମାନଙ୍କୁ ସ୍ଥାନୀୟ ନୱାବଶାହସ୍ଥିତ ପିପୁଲ୍ସ ମେଡିକାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନ ରେଳମନ୍ତ୍ରୀ ଖୱାଜା ସାଦ ରଫିକ କହିଛନ୍ତି,କେଉଁ କାରଣ ପାଇଁ ଏତେବଡ଼ ଅଘଟଣ ଘଟିଗଲା ସେନେଇ ତଦନ୍ତ ଜାରି ରହିଛି।




