ପାକିସ୍ତାନରେ ଜଳିଗଲା ବସ୍‌, ୨୦ ମୃତ

ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି। ରାଜଧାନୀ ଇସଲାମାବାଦ ଅଭିମୁଖେ ଯାଉଥିବା ବସ୍‌ଟି ରାସ୍ତାରେ ଛିଡ଼ା ହୋଇଥିବା ଏକ ଭ୍ୟାନ ସହିତ ପିଟି ହେବାପରେ ଏହା ଏକ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ଦୁଇଟି ଯାକ ଗାଡ଼ିର ଡ୍ରାଇଭର ମୃତ୍ୟୁବରଣ କରିଛନ୍ତି ବୋଲି ପୁଲିସ କହିଛି। ଭ୍ୟାନରେ ୩ ବ୍ୟାରେଲ ପେଟ୍ରୋଲ ଥିଲା। ଫଳରେ ଦୁର୍ଘଟଣା ଯୋଗୁ ନିଆଁ […]

Samaya Live Picture
Published On

ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି। ରାଜଧାନୀ ଇସଲାମାବାଦ ଅଭିମୁଖେ ଯାଉଥିବା ବସ୍‌ଟି ରାସ୍ତାରେ ଛିଡ଼ା ହୋଇଥିବା ଏକ ଭ୍ୟାନ ସହିତ ପିଟି ହେବାପରେ ଏହା ଏକ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ଦୁଇଟି ଯାକ ଗାଡ଼ିର ଡ୍ରାଇଭର ମୃତ୍ୟୁବରଣ କରିଛନ୍ତି ବୋଲି ପୁଲିସ କହିଛି। ଭ୍ୟାନରେ ୩ ବ୍ୟାରେଲ ପେଟ୍ରୋଲ ଥିଲା। ଫଳରେ ଦୁର୍ଘଟଣା ଯୋଗୁ ନିଆଁ ଭୟଙ୍କର ରୂପ ନେଇଥିଲା ବୋଲି ପୁଲିସ ଅଧିକାରୀ ଫହାଦ ଅହମଦ କହିଛନ୍ତି। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ନିଆଁରେ ପୋଡ଼ି ହୋଇଯାଇଥିବାରୁ ଅଧିକାଂଶ ଆହତ ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁୃସଂଖ୍ୟା ବଢ଼ିପାରେ।

Tags: