ପାକିସ୍ତାନରେ ଗୁଳିକାଣ୍ଡ, ୪ ମୃତ

କରାଚି: ପାକିସ୍ତାନର କରାଚିରେ ଶନିବାର ୩ ଘଣ୍ଟା ମଧ୍ୟରେ ୬ଟି ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି। କରାଚିର ଓରିଙ୍ଗ ଟାଉନ ଅଞ୍ଚଳରେ ଡକାୟତି ଘଟଣା ବେଳେ ଜଣେ ଡକାୟତର ମୃତ୍ୟୁ ହୋଇଛି। ଇକବା‌ଲ ମାର୍କେଟ ଅଞ୍ଚଳରେ ଏକ ଏଲପିଜି ଦୋକାନକୁ ଡକାୟତ ଟାର୍ଗେଟ କରିଥିଲେ। ଦୋକାନୀ ‌ଡକାୟତଙ୍କୁ ପ୍ରତିରୋଧ କରିବା ସହ ‌ସେମାନଙ୍କଠାରୁ ଅସ୍ତ୍ର ଛଡ଼ାଇ ନେଇ ଗୁଳି କରିଥିଲେ, ଯେଉଁଥିରେ ଡକାୟତ ରହିମର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଡକାୟତ […]

ପାକିସ୍ତାନରେ ଗୁଳିକାଣ୍ଡ, ୪ ମୃତ
Samaya Live Picture
Published On

କରାଚି: ପାକିସ୍ତାନର କରାଚିରେ ଶନିବାର ୩ ଘଣ୍ଟା ମଧ୍ୟରେ ୬ଟି ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି। କରାଚିର ଓରିଙ୍ଗ ଟାଉନ ଅଞ୍ଚଳରେ ଡକାୟତି ଘଟଣା ବେଳେ ଜଣେ ଡକାୟତର ମୃତ୍ୟୁ ହୋଇଛି। ଇକବା‌ଲ ମାର୍କେଟ ଅଞ୍ଚଳରେ ଏକ ଏଲପିଜି ଦୋକାନକୁ ଡକାୟତ ଟାର୍ଗେଟ କରିଥିଲେ। ଦୋକାନୀ ‌ଡକାୟତଙ୍କୁ ପ୍ରତିରୋଧ କରିବା ସହ ‌ସେମାନଙ୍କଠାରୁ ଅସ୍ତ୍ର ଛଡ଼ାଇ ନେଇ ଗୁଳି କରିଥିଲେ, ଯେଉଁଥିରେ ଡକାୟତ ରହିମର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଡକାୟତ ସେଠାରୁ ଫେରାର ହୋଇଯାଇଥିଲା। ମୃତ ଡକାୟତ ପୂର୍ବରୁ ମଧ୍ୟ ହତ୍ୟା ଓ ଡକାୟତି ମାମଲାରେ ଗରିଫ ହୋଇଥିଲା। ଅନ୍ୟପକ୍ଷରେ ଶେରପାଓ କଲୋନୀ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ଏକ ମୋଟରସାଇକେଲରେ ଯାଉଥିବାବେଳେ ୨ ଜଣ ଲୋକ ତାକୁ ପିଛା କରିବା ସହିତ ଗୁଳି କରିଥିଲେ। ତା’ ମୁଣ୍ଡରେ ତିନିଟି ଗୁଳି ବାଜିଥିଲା ।

Tags: