ପାକିସ୍ତାନରେ କୋଇଲା ଖଣି ସୀମାବିବାଦକୁ ନେଇ ହିଂସା, ୧୫ ମୃତ
ନୂଆଦିଲ୍ଲୀ: ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ କୋଇଲା ଖଣିର ସୀମାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। କୋଇଲା ଖଣିରୁ କୋଇଲା ଉତ୍ତୋଳନର ଅଧିକାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଓ ରକ୍ତାକ୍ତ ସଂଘର୍ଷ ଘଟିଥିଲା। କୋହହାଟ ଜିଲ୍ଲାର ପେଶୱାରଠାରୁ ପ୍ରାୟ ୩୫ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଡାରା ଆଦାମ ଖେକ ଅଞ୍ଚଳର ସନ୍ନିହେଲ ଏବଂ ଜରଗୁନ […]
ନୂଆଦିଲ୍ଲୀ: ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ କୋଇଲା ଖଣିର ସୀମାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। କୋଇଲା ଖଣିରୁ କୋଇଲା ଉତ୍ତୋଳନର ଅଧିକାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଓ ରକ୍ତାକ୍ତ ସଂଘର୍ଷ ଘଟିଥିଲା। କୋହହାଟ ଜିଲ୍ଲାର ପେଶୱାରଠାରୁ ପ୍ରାୟ ୩୫ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଡାରା ଆଦାମ ଖେକ ଅଞ୍ଚଳର ସନ୍ନିହେଲ ଏବଂ ଜରଗୁନ ଖେଲ ଜନଜାତିଙ୍କ ମଧ୍ୟରେ ସଂଘର୍ଷ ଘଟି ଏହି ଘଟଣା ଘଟିଛି ବୋଲି ପୁଲିସ କହିଛି। ଘଟଣାରେ ଗୁରୁତର ଆହତମାନଙ୍କୁ ପେଶୱାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ମଧ୍ୟ ଡାକ୍ତରଖାନାକୁ ଅଣାଯାଇଛି। ପୁଲିସ କହିଛି ଆହତଙ୍କ ପ୍ରକୃତ ସଂଖ୍ୟା ଜଣା ପଡିନି, କିନ୍ତୁ ଗୁଳି ବିନିମୟରେ ଉଭୟ ଗୋଷ୍ଠୀର ଅନେକ ଲୋକ ଆହତ ହୋଇଛନ୍ତି।




