ପାକିସ୍ତାନରେ କାର୍‌ ବୋମା ବିସ୍ଫୋରଣ ହୋଇ ୭ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ଉତ୍ତର ପାକିସ୍ତାନର ଖାଇବର ପଖତୁଙ୍ଖୱା ପ୍ରଦେଶରେ କାର୍‌ ବୋମା ବିସ୍ଫୋରଣ ହୋଇ ୭ ଜଣଙ୍କର ମୃ୍ତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଏବଂ ୫ ସନ୍ଦିଗ୍ଧ ଆତଙ୍କବାଦୀ ଅଛନ୍ତି। ପାକିସ୍ତାନର ତାଲିବାନୀ ଆତଙ୍କବାଦୀ ଅଧ୍ୟୁଷିତ ଅଞ୍ଚଳରେ ଏହି ବ‌ିସ୍ଫୋରଣ ହୋଇଛି। ଜଣେ ସ୍ଥାନୀୟ ପୁଲିସ ଅଧିକାରୀ ଇରଫାନ ଖାନ୍‌ ଉକ୍ତ ଘଟଣା ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀ କମାଣ୍ଡର ରସୁଲ ଜାନ୍‌ ନିଜ ଘରେ ବୋମା ତିଆରି କରୁଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା। […]

Samaya Live Picture
Published On

ଇସଲାମାବାଦ: ଉତ୍ତର ପାକିସ୍ତାନର ଖାଇବର ପଖତୁଙ୍ଖୱା ପ୍ରଦେଶରେ କାର୍‌ ବୋମା ବିସ୍ଫୋରଣ ହୋଇ ୭ ଜଣଙ୍କର ମୃ୍ତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଏବଂ ୫ ସନ୍ଦିଗ୍ଧ ଆତଙ୍କବାଦୀ ଅଛନ୍ତି। ପାକିସ୍ତାନର ତାଲିବାନୀ ଆତଙ୍କବାଦୀ ଅଧ୍ୟୁଷିତ ଅଞ୍ଚଳରେ ଏହି ବ‌ିସ୍ଫୋରଣ ହୋଇଛି। ଜଣେ ସ୍ଥାନୀୟ ପୁଲିସ ଅଧିକାରୀ ଇରଫାନ ଖାନ୍‌ ଉକ୍ତ ଘଟଣା ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀ କମାଣ୍ଡର ରସୁଲ ଜାନ୍‌ ନିଜ ଘରେ ବୋମା ତିଆରି କରୁଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ପାକିସ୍ତାନୀ ତାଲିବାନ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ୭ ଜଣଙ୍କ ମର ଶରୀର ପାଇଥିଲେ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ପୁଲିସ ସନ୍ଦେହ କରୁଛି ଯେ ଅଞ୍ଚଳରେ ଆକ୍ରମଣ ଯୋଜନା କରି ଏହି କାର୍‌ ବୋମା ପ୍ରସ୍ତୁତି ଚାଲିଥିଲା।

Tags: