ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୯ ପାକ୍‌ ସୈନିକ ନିହତ, ୧୭ ଆହତ

ଇସଲାମାବାଦ୍: ପାକିସ୍ତାନର ଖାଇବର ପଖତୁଙ୍ଖଓ୍ୱାରେ ଆତ୍ମଘାତୀ ବିସ୍ଫୋରଣ ହୋଇ ୯ ପାକ୍‌ ସୈନିକ ନିହତ ହୋଇଛନ୍ତି ଏବଂ ୧୭ ଜଣ ଆହତ ହୋଇଛନ୍ତି। ମାଲି ଖେଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଏକ ଆତ୍ମଘାତୀ ବିସ୍ଫୋରକ ଖଚ୍ଚିତ ମୋଟରବାଇକ୍‌ ସୁରକ୍ଷାବାହିନୀର ଏକ ଗାଡ଼ିମାଳାକୁ ପଛରୁ ଧକ୍କା ଦେବା ଫଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୯ ପାକ୍‌ ସୈନିକ ନିହତ ହୋଇଛନ୍ତି। ତେବେ ମାସକ ମଧ୍ୟରେ ଖାଇବର ପଖତୁଙ୍ଖୱାରେ ଏହା ଦ୍ବିତୀୟ ଘଟଣା। ଗତ ଜୁଲାଇ ୩୦ରେ […]

Samaya Live Picture
Published On

ଇସଲାମାବାଦ୍: ପାକିସ୍ତାନର ଖାଇବର ପଖତୁଙ୍ଖଓ୍ୱାରେ ଆତ୍ମଘାତୀ ବିସ୍ଫୋରଣ ହୋଇ ୯ ପାକ୍‌ ସୈନିକ ନିହତ ହୋଇଛନ୍ତି ଏବଂ ୧୭ ଜଣ ଆହତ ହୋଇଛନ୍ତି। ମାଲି ଖେଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଏକ ଆତ୍ମଘାତୀ ବିସ୍ଫୋରକ ଖଚ୍ଚିତ ମୋଟରବାଇକ୍‌ ସୁରକ୍ଷାବାହିନୀର ଏକ ଗାଡ଼ିମାଳାକୁ ପଛରୁ ଧକ୍କା ଦେବା ଫଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୯ ପାକ୍‌ ସୈନିକ ନିହତ ହୋଇଛନ୍ତି। ତେବେ ମାସକ ମଧ୍ୟରେ ଖାଇବର ପଖତୁଙ୍ଖୱାରେ ଏହା ଦ୍ବିତୀୟ ଘଟଣା। ଗତ ଜୁଲାଇ ୩୦ରେ ମଧ୍ୟ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୫୪ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏକ ନିର୍ବାଚନ ରାଲି ସମୟରେ ଏହି ଘଟଣା ଘଟିଥିଲା।

Tags: