ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ

ଲାହୋର: ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ଆଦିବାସୀ ଅଞ୍ଚଳରେ ଆତଙ୍କବାଦୀମାନେ କେତେକ ଯାତ୍ରୀବାହୀ ଯାନ ଉପରକୁ ଗୁଳିବର୍ଷା କରିବାରୁ ଅତି କମ୍‌ରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୯ ଜଣ ଆହତ ହୋଇଛନ୍ତି। ଖାଇବର ପଖ୍‌ତୁନଖ୍ବାର ମୁଖ୍ୟ ଶାସନ ସଚିବ ନଦୀମ ଅସଲମ ଚୌଧୁରୀ ଏହି ଆକ୍ରମଣ ସଂପର୍କରେ ସୂଚନା ଦେଇ କହିଛନ୍ତି, ବନ୍ଧୁକଧାରୀମାନେ କୁରାମ୍‌ର ପାରାଚିନାରରୁ ଆସୁଥିବା ଯାତ୍ରୀବାହୀ ଭ୍ୟାନ୍‌ ଓ ଅନ୍ୟ କେତେକ ଯାନକୁ ଟାର୍ଗେଟ୍‌ କରିଥିଲେ। ଏହି ଆକ୍ରମଣରେ ମୃତକଙ୍କ ମଧ୍ୟରେ ଅନେକ […]

Samaya Live Picture
Published On

ଲାହୋର: ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ଆଦିବାସୀ ଅଞ୍ଚଳରେ ଆତଙ୍କବାଦୀମାନେ କେତେକ ଯାତ୍ରୀବାହୀ ଯାନ ଉପରକୁ ଗୁଳିବର୍ଷା କରିବାରୁ ଅତି କମ୍‌ରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୯ ଜଣ ଆହତ ହୋଇଛନ୍ତି। ଖାଇବର ପଖ୍‌ତୁନଖ୍ବାର ମୁଖ୍ୟ ଶାସନ ସଚିବ ନଦୀମ ଅସଲମ ଚୌଧୁରୀ ଏହି ଆକ୍ରମଣ ସଂପର୍କରେ ସୂଚନା ଦେଇ କହିଛନ୍ତି, ବନ୍ଧୁକଧାରୀମାନେ କୁରାମ୍‌ର ପାରାଚିନାରରୁ ଆସୁଥିବା ଯାତ୍ରୀବାହୀ ଭ୍ୟାନ୍‌ ଓ ଅନ୍ୟ କେତେକ ଯାନକୁ ଟାର୍ଗେଟ୍‌ କରିଥିଲେ। ଏହି ଆକ୍ରମଣରେ ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଜଣେ ଶିଶୁ ଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଯାତ୍ରୀମାନେ ପେଶାୱାରରୁ ଯାତ୍ରା କରୁଥିଲେ। ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍‌ଦାରୀ ଯାତ୍ରୀବାହୀ ଭ୍ୟାନ୍‌ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ନିରୀହ ଯାତ୍ରୀଙ୍କୁ ଆକ୍ରମଣ କରିବା କାପୁରୁଷତାପୂର୍ଣ୍ଣ ଏବଂ ଅମାନବୀୟ କାର୍ଯ୍ୟ।

Tags: