ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି। ମାର୍ଚ୍ଚ ୨୬ ତାରିଖରେ ପାକିସ୍ତାନର ଖାଇବର ପଖତୁଙ୍ଖୱାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମର ଶରୀରକୁ ଆଜି ଏକ ସ୍ବତନ୍ତ୍ର ପାକିସ୍ତାନୀ ସାମରିକ ବିମାନରେ ପାକିସ୍ତାନରୁ ଉହାନକୁ ଅଣାଯାଇଛି। ୫ ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୪ ଚୀନ୍ ନାଗରିକ ଏବଂ ସେମାନଙ୍କ ପାକିସ୍ତାନୀ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ […]

Samaya Live Picture
Published On

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି। ମାର୍ଚ୍ଚ ୨୬ ତାରିଖରେ ପାକିସ୍ତାନର ଖାଇବର ପଖତୁଙ୍ଖୱାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମର ଶରୀରକୁ ଆଜି ଏକ ସ୍ବତନ୍ତ୍ର ପାକିସ୍ତାନୀ ସାମରିକ ବିମାନରେ ପାକିସ୍ତାନରୁ ଉହାନକୁ ଅଣାଯାଇଛି। ୫ ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୪ ଚୀନ୍ ନାଗରିକ ଏବଂ ସେମାନଙ୍କ ପାକିସ୍ତାନୀ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ସିପିଇସି (ଚୀନ୍ –ପାକିସ୍ତାନ ଅ୍ରାର୍ଥିକ କରିଡର) ଅଧୀନରେ ବିଭିନ୍ନ ପ୍ରକଳ୍ପରେ ହଜାର ହଜାର ଚୀନ୍ ନାଗରିକ ଏବେ ପାକିସ୍ତାନରେ କାମ କରୁଛନ୍ତି। ତେବେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହାରିଥିବା ସମସ୍ତ ଚୀନ୍ ନାଗରିକଙ୍କ ମର ଶରୀର ଆଜି ଚୀନ୍ ଅଣାଯାଇଛି ବୋଲି ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ୱେନବିନ ଆଜି ଗଣମାଧ୍ୟମରେ କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ ମାମଲାରେ ଏକ ମିଳିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Tags: