ପାକିସ୍ତାନରୁ ଗିରଫ ହେଲା ଲାଡେନ୍ର ଘନିଷ୍ଠ ସହଯୋଗୀ ଅମିନ ଉଲ୍ ହକ୍
ଇସଲାମବାଦ: ଅଲ୍ କାଏଦା ସଂଗଠନର ଅନ୍ୟତମ ପ୍ରମୁଖ ସଦସ୍ୟ ତଥା ଓସାମା ବିନ୍ ଲାଡେନ୍ର ବିଶ୍ବସ୍ତ ଅମିନ୍ ଉଲ୍ ହକ୍କୁ ପାକିସ୍ତାନ ଆତଙ୍କବାଦୀ ନିରୋଧ କର୍ତ୍ତୃପକ୍ଷ (ସିଟିଡି) ଗିରଫ କରିଛି। ସିଟିଡିଙ୍କ ପକ୍ଷରୁ ଜାରି ସୂଚନାନୁସାରେ, ପଞ୍ଜାବ ଅଞ୍ଚଳରେ ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନକୁ ଦଖଲ କରିବା ଓ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା। ଏହି ଯୋଜନାରେ ଅମିନ୍ ଉଲ୍ ହକ୍ ସମ୍ପୃକ୍ତ। ଏହାବ୍ୟତୀତ ମିଳିତ ଜାତିସଙ୍ଘର ପ୍ରମୁଖ ଆତଙ୍କବାଦୀ ତାଲିକାରେ ମଧ୍ୟ ଅମିନ୍ ଉଲ୍ ହକ୍କୁ ସ୍ଥାନିତ […]
ଇସଲାମବାଦ: ଅଲ୍ କାଏଦା ସଂଗଠନର ଅନ୍ୟତମ ପ୍ରମୁଖ ସଦସ୍ୟ ତଥା ଓସାମା ବିନ୍ ଲାଡେନ୍ର ବିଶ୍ବସ୍ତ ଅମିନ୍ ଉଲ୍ ହକ୍କୁ ପାକିସ୍ତାନ ଆତଙ୍କବାଦୀ ନିରୋଧ କର୍ତ୍ତୃପକ୍ଷ (ସିଟିଡି) ଗିରଫ କରିଛି। ସିଟିଡିଙ୍କ ପକ୍ଷରୁ ଜାରି ସୂଚନାନୁସାରେ, ପଞ୍ଜାବ ଅଞ୍ଚଳରେ ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନକୁ ଦଖଲ କରିବା ଓ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା। ଏହି ଯୋଜନାରେ ଅମିନ୍ ଉଲ୍ ହକ୍ ସମ୍ପୃକ୍ତ। ଏହାବ୍ୟତୀତ ମିଳିତ ଜାତିସଙ୍ଘର ପ୍ରମୁଖ ଆତଙ୍କବାଦୀ ତାଲିକାରେ ମଧ୍ୟ ଅମିନ୍ ଉଲ୍ ହକ୍କୁ ସ୍ଥାନିତ କରାଯାଇଛି। ତେଣୁ ଆତଙ୍କବାଦ ବିରୋଧୀ ପଦକ୍ଷେପରେ ଏହି ଗିରଫ ଏକ ବଡ଼ ସଫଳତା ବୋଲି ସିଟିଡିଙ୍କ ପକ୍ଷରୁ କୁହାଯାଇଛି।




