ପହଲଗାମ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତୁତ: ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଘଟଣାର ନିରପେକ୍ଷ ତଦନ୍ତ ପାଇଁ ଇସଲାମାବାଦ ପ୍ରସ୍ତୁତ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଛନ୍ତି। ଆବୋଟାବାଦର ଏକ ସାମରିକ ଏକାଡେମୀରେ ଆୟୋଜିତ ଏକ ସମାରୋହରେ ସରିଫ୍ କହିଛନ୍ତି ଯେ ପାକିସ୍ତାନ ଯେକୌଣସି ନିରପେକ୍ଷ, ସ୍ୱଚ୍ଛ ଏବଂ ବିଶ୍ୱସନୀୟ ତଦନ୍ତରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ଏଥିସହିତ ଦେଶର ସାର୍ବଭୌମତ୍ୱ ଏବଂ ଏହାର ଆଞ୍ଚଳିକ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ପାକିସ୍ତାନୀ ସେନା ସମ୍ପୂର୍ଣ୍ଣ ସକ୍ଷମ ଏବଂ ପ୍ରସ୍ତୁତ ରହିଛି […]

ପହଲଗାମ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତୁତ: ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍
Samaya Live Picture
Published On

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଘଟଣାର ନିରପେକ୍ଷ ତଦନ୍ତ ପାଇଁ ଇସଲାମାବାଦ ପ୍ରସ୍ତୁତ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଛନ୍ତି। ଆବୋଟାବାଦର ଏକ ସାମରିକ ଏକାଡେମୀରେ ଆୟୋଜିତ ଏକ ସମାରୋହରେ ସରିଫ୍ କହିଛନ୍ତି ଯେ ପାକିସ୍ତାନ ଯେକୌଣସି ନିରପେକ୍ଷ, ସ୍ୱଚ୍ଛ ଏବଂ ବିଶ୍ୱସନୀୟ ତଦନ୍ତରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ଏଥିସହିତ ଦେଶର ସାର୍ବଭୌମତ୍ୱ ଏବଂ ଏହାର ଆଞ୍ଚଳିକ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ପାକିସ୍ତାନୀ ସେନା ସମ୍ପୂର୍ଣ୍ଣ ସକ୍ଷମ ଏବଂ ପ୍ରସ୍ତୁତ ରହିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ ଅନ୍ତର୍ଜାତୀୟ ନିରୀକ୍ଷକଙ୍କ ଦ୍ୱାରା କରାଯାଇଥିବା ଯେକୌଣସି ତଦନ୍ତରେ ଇସଲାମାବାଦ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ପହଲଗାମ ନିକଟସ୍ଥ ବୈସାରଣରେ ହୋଇଥିବା ଏହି ଆକ୍ରମଣରେ ୨୮ ଜଣ ପ୍ରାଣ ହରାଇଥିଲେ, ଯେଉଁଥିରେ ଅଧିକାଂଶ ସାଧାରଣ ନାଗରିକ ଥିଲେ। ଆତଙ୍କବାଦର ଜବାବରେ ଭାରତ କଠୋର ପଦକ୍ଷେପ ଗ୍ରହଣ କରିଛି।

Tags: