ପଶ୍ଚିମବଙ୍ଗ ସରକାରଙ୍କୁ ରାଜ୍ୟପାଳଙ୍କ କଡ଼ା ନିର୍ଦ୍ଦେଶ, ୭୨ ଘଣ୍ଟା ଭିତରେ ସନ୍ଦେଶଖାଲି ଅଭିଯୁକ୍ତଙ୍କୁ ଗିରଫ କର

କୋଲକାତା: ସନ୍ଦେଶଖାଲି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାପାଇଁ ରାଜ୍ୟପାଳ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯୌନ ନିର୍ଯାତନା ଓ ଜମି ଜବରଦଖଲ ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ଶେଖ୍ ଶାହାଜାହାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ସେ ସନ୍ଦେଶଖାଲି ଯିବେ ବୋଲି ରାଜ୍ୟପାଳ ସିଭି ଆନନ୍ଦ ବୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ସରକାରଙ୍କୁ କହିଛନ୍ତି। ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି, ‘ମୁଖ୍ୟ ଦୋଷୀକୁ ଗିରଫ କରିବା ପାଇଁ ମୁଁ […]

Samaya Live Picture
Published On

କୋଲକାତା: ସନ୍ଦେଶଖାଲି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାପାଇଁ ରାଜ୍ୟପାଳ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯୌନ ନିର୍ଯାତନା ଓ ଜମି ଜବରଦଖଲ ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ଶେଖ୍ ଶାହାଜାହାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ସେ ସନ୍ଦେଶଖାଲି ଯିବେ ବୋଲି ରାଜ୍ୟପାଳ ସିଭି ଆନନ୍ଦ ବୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ସରକାରଙ୍କୁ କହିଛନ୍ତି। ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି, ‘ମୁଖ୍ୟ ଦୋଷୀକୁ ଗିରଫ କରିବା ପାଇଁ ମୁଁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ୭୨ ଘଣ୍ଟା ସମୟସୀମା ଦେଇଛି। ଗିରଫ କରା ନଗଲେ ମୁଁ ସନ୍ଦେଶଖାଲିକୁ ମୋର ବେସ୍ ସ୍ଥାନାନ୍ତର କରିବି’ ବୋଲି ଶ୍ରୀ ବୋଷ ଗଣମାଧ୍ୟମକୁ କହିଛନ୍ତି। ସ୍ଥାନୀୟ ତୃଣମୂଳ ନେତା ଶାହାଜାହାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସନ୍ଦେଶଖାଲି ମହିଳାଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ମଧ୍ୟ ରାଜ୍ୟପାଳ ଦାବି କରିଛନ୍ତି। ଗତ ସପ୍ତାହରେ ମଧ୍ୟ ପଶ୍ଚିମବଙ୍ଗ ରାଜ୍ୟପାଳ କହିଥିଲେ ଯେ ବହୁ ସଂଖ୍ୟାରେ ମହିଳା ତାଙ୍କୁ ଭେଟି ସେମାନଙ୍କୁ ହେଉଥିବା ନିର୍ଯାତନା ବିଷୟରେ କହିଥିଲେ।

Tags: