ପଶ୍ଚିମବଙ୍ଗ ରାଲିରେ ବିଜେପି ବିରୋଧରେ ବର୍ଷିଲେ ମମତା : ବିଷାକ୍ତ ସାପକୁ ବିଶ୍ବାସ କରିହେବ କିନ୍ତୁ ବିଜେପିକୁ ନୁହେଁ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ନିର୍ବାଚନ ରାଲିରେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି। କୁଚବିହାରରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ମମତା ବିଜେପି ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବିଜେପି ଦଳ ରାଜନୈତିକ ଫାଇବା ପାଇବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବଂ ଅର୍ଦ୍ଧସାମରିକ ବାହିନୀର ବ୍ୟବହାର କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ମମତା କହିଛନ୍ତି ତଦନ୍ତକାରୀ ସଂସ୍ଥା, ବିଏସଏଫ୍ ଏବଂ ସିଆଇଏସଏଫ୍ ବିଜେପି ଦଳର ଇସାରାରେ କାମ କରୁଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ନିର୍ବାଚନ ରାଲିରେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି। କୁଚବିହାରରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ମମତା ବିଜେପି ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବିଜେପି ଦଳ ରାଜନୈତିକ ଫାଇବା ପାଇବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବଂ ଅର୍ଦ୍ଧସାମରିକ ବାହିନୀର ବ୍ୟବହାର କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ମମତା କହିଛନ୍ତି ତଦନ୍ତକାରୀ ସଂସ୍ଥା, ବିଏସଏଫ୍ ଏବଂ ସିଆଇଏସଏଫ୍ ବିଜେପି ଦଳର ଇସାରାରେ କାମ କରୁଛନ୍ତି। ନିର୍ବାଚନ କମିସନ୍ ଏଥିପ୍ରତି ନଜର ଦେବା ଉଚିତ। ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ମମତା କହିଛନ୍ତି, ବିଜେପି ଆପଣମାନଙ୍କୁ ‘ଅୱାସ ଯୋଜନା’ ପାଇଁ ନାମ ପଂଜିକରଣ କରିବାକୁ ପୁଣିଥରେ କହୁଛି। ତେବେ ପୁଣିଥରେ କାହିଁକି ନାମ ଲେଖାହେବ। ଆପଣମାନେ ବିଷାକ୍ତ ସାପକୁ ବିଶ୍ବାସ କରିପାରିବେ। ଏହାକୁ ପାଳିପାରିବେ। କିନ୍ତୁ ବିଜେପିକୁ କେବେ ବିଶ୍ବାସ କରିପାରିବେନି। ବିଜେପି ଦେଶକୁ ନଷ୍ଟ କରିଦେଉଛି ବୋଲି ସେ କହିଛନ୍ତି। ମମତା କହିଛନ୍ତି, ତଦନ୍ତକାରୀ ସଂସ୍ଥାର ଧମକ ଆଗରେ ଟିଏମସି ଆଦୌ ମୁଣ୍ଡ ନୁଆଁଇବନି। ବିଏସଏଫ୍ ଯଦି ନିର୍ଯାତନା ଦିଏ ତେବେ କୁଚ ବିହାରର ମହିଳାମାନେ ପୁଲିସରେ ଅଭିଯୋଗ କରିବାପାଇଁ ସେ କହିଛନ୍ତି। ଏନଆଇଏ, ଆଇଟି , ବିଏସଏଫ ଏବଂ ସିଆଇଏସଏଫ୍ ପରି ତଦନ୍ତକାରୀ ସଂସ୍ଥା ଗୁଡ଼ିକ ବିଜେପି ପାଇଁ କାମ କରୁଛନ୍ତି ବୋଲି ସେ କହିଛନ୍ତି। ବିଜେପି ଗୋଟିଏ ରାଷ୍ଟ୍ର, ଗୋଟିଏ ଦଳ ନୀତି ଅବଲମ୍ବନ କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି।

Tags: