ପଶ୍ଚିମବଙ୍ଗ ରାମନବମୀ ହିଂସା ମାମଲାରେ ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେଲେ କାଲକାଟା ହାଇକୋର୍ଟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲା ଅଧୀନସ୍ଥ ଶିବପୁରରେ ହୋଇଥିବା ରାମନବମୀ ହିଂସା ଘଟଣାର ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ତଦନ୍ତ ହେବ। ଉକ୍ତ ଘଟଣାର ଏନଆଇଏ ତଦନ୍ତ ପାଇଁ ଆଜି କାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ପିଆଇଏଲ୍ ଉପରେ ଶୁଣାଣି କରି କାଲକାଟା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଟିଏସ୍ ଶିବଙ୍ଗନମଙ୍କ ନେତୃତ୍ବାଧିନ ଡିଭିଜନ ବେଞ୍ଚ୍ ଆଜି ଏହିକ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲା ଅଧୀନସ୍ଥ ଶିବପୁରରେ ହୋଇଥିବା ରାମନବମୀ ହିଂସା ଘଟଣାର ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ତଦନ୍ତ ହେବ। ଉକ୍ତ ଘଟଣାର ଏନଆଇଏ ତଦନ୍ତ ପାଇଁ ଆଜି କାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ପିଆଇଏଲ୍ ଉପରେ ଶୁଣାଣି କରି କାଲକାଟା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଟିଏସ୍ ଶିବଙ୍ଗନମଙ୍କ ନେତୃତ୍ବାଧିନ ଡିଭିଜନ ବେଞ୍ଚ୍ ଆଜି ଏହିକ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ପୁଲିସ ନିକଟରୁ ମାମଲାର ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରିବାପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପୁଲିସ ଏହିk ମାମଲାର ସମସ୍ତ ରେକର୍ଡ ଏବଂ ସିସିଟିଭି ଫୁଟେଜ ୨ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କେନ୍ଦ୍ର ସରକାର ଏହି ରେକର୍ଡ ଏନଆଇଏକୁ ହସ୍ତାନ୍ତର କରିବେ।

Tags: