ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହେଲା ଯୌନ ନିର୍ଯାତନା ମାମଲା

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ୍‌ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ମହିଳା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସମ୍ବିଧାନର ଧାରା ୩୬୧ ଅନୁସାରେ ରାଜ୍ୟପାଳଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ରହିଥିବା ପ୍ରାବଧାନକୁ ଅଭିଯୋଗକାରିଣୀ ବିରୋଧ କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ, ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ କ’ଣ ରାଜ୍ୟପାଳଙ୍କ ସରକାରୀ ଦାୟିତ୍ବ? ଯଦି ନୁହେଁ ତେବେ ତାଙ୍କୁ ଧାରା ୩୬୧ ଅନୁସାରେ କାହିଁକି […]

Samaya Live Picture
Published On

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ୍‌ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ମହିଳା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସମ୍ବିଧାନର ଧାରା ୩୬୧ ଅନୁସାରେ ରାଜ୍ୟପାଳଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ରହିଥିବା ପ୍ରାବଧାନକୁ ଅଭିଯୋଗକାରିଣୀ ବିରୋଧ କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ, ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ କ’ଣ ରାଜ୍ୟପାଳଙ୍କ ସରକାରୀ ଦାୟିତ୍ବ? ଯଦି ନୁହେଁ ତେବେ ତାଙ୍କୁ ଧାରା ୩୬୧ ଅନୁସାରେ କାହିଁକି ‘ସ୍ବତନ୍ତ୍ର ସୁରକ୍ଷା’ ପ୍ରଦାନ କରାଯିବ। ଜଣେ ପୀଡ଼ିତା କ’ଣ ରାଜ୍ୟପାଳଙ୍କ ପଦବି ଯିବା ଯାଏଁ ନ୍ୟାୟ ପାଇଁ ଅପେକ୍ଷା କରିବାକୁ ପଡ଼ିବ କି ବୋଲି ଉକ୍ତ ମହିଳା ପ୍ରଶ୍ନ କରିଛନ୍ତି। ଏହାସହ ସେ ରାଜ୍ୟପାଳଙ୍କ ବିରୋଧରେ ଆଣିଥିବା ଯୌନ ଉତ୍ପୀଡ଼ନ ମାମଲାର ବିସ୍ତୃତ ତଦନ୍ତ କରିବାକୁ କୋଲକାତା ପୁଲିସକୁ ନିର୍ଦ୍ଦେଶ ଦେବାକୁ ଅବେଦନକାରୀ ଅନୁରୋଧ କରିଛନ୍ତି।
ଅଭିଯୋଗ ଅନୁସାରେ, ଅବେଦନକାରୀ ମହିଳା ଜଣକ ରାଜଭବନର ଜଣେ ଠିକା କର୍ମଚାରୀ ଥିଲେ। ଚଳିତ ବର୍ଷ ଏପ୍ରିଲ୍‌ ୨୪ ଓ ମଇ ୨ ତାରିଖରେ କାର୍ଯ୍ୟ ସମୟରେ ତାଙ୍କୁ ପଦୋନ୍ନତି ଓ ଭଲ ପଦବି ଦେବାର ପ୍ର‌ଲୋଭନ ଦେଖାଇ ରାଜଭବନର ଏକ ପ୍ରକୋଷ୍ଠକୁ ଡାକିଥିଲେ। ସେଠାରେ ତାଙ୍କୁ ଯୌନ ଉତ୍ପୀଡ଼ନ କରିଥିଲେ। ପରେ ରାଜ୍ୟପାଳଙ୍କ ଓଏସ୍‌ଡି ତାଙ୍କୁ ରାଜ୍ୟପାଳଙ୍କ ବିରୋଧରେ କୌଣସି ମାମଲା ରୁଜୁ ନକରିବାକୁ ଚାପ ପକାଇବା ସହ ଭୟଭୀତ କରାଇଥିଲେ। ଏହି ମାମଲାରେ ରାଜ୍ୟପାଳଙ୍କ ଓଏସ୍‌ଡି-୨ଙ୍କ ବିରୋଧରେ ରୁଜୁ କରିଥିବା ପୁଲିସ୍‌ର ଏଫ୍‌ଆଇଆର୍‌ ଉପରେ କଲିକତା ହାଇକୋର୍ଟ ରହିତାଦେଶ ଜାରି କରିଥିଲେ।

Tags: