ପଶ୍ଚିମବଙ୍ଗ ଭୋଟିଂ ବୁଥରେ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ, ମୁଣ୍ଡରେ ଆଘାତ ଲାଗିଛି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମଠଭଙ୍ଗା ଜିଲ୍ଲାରେ ଆଜି ଏକ ଭୋଟିଂ ବୁଥର ୱାସରୁମରୁ ଜଣେ ସିଆରପିଏଫ୍ ଯବାନଙ୍କ ମୃତଦେହ ମିଳିଛି। ରାଜ୍ୟରେ ଭୋଟିଂ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟିଛି। ୱାସରୁମରୁ ଅଚେତ ଅବସ୍ଥାରେ ମିଳିବାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ ଯବାନଙ୍କ ମୁଣ୍ଡରେ ଆଘାତ ଲାଗିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୱାସରୁମରେ ଯବାନଙ୍କ ଗୋଡ଼ […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମଠଭଙ୍ଗା ଜିଲ୍ଲାରେ ଆଜି ଏକ ଭୋଟିଂ ବୁଥର ୱାସରୁମରୁ ଜଣେ ସିଆରପିଏଫ୍ ଯବାନଙ୍କ ମୃତଦେହ ମିଳିଛି। ରାଜ୍ୟରେ ଭୋଟିଂ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟିଛି। ୱାସରୁମରୁ ଅଚେତ ଅବସ୍ଥାରେ ମିଳିବାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ ଯବାନଙ୍କ ମୁଣ୍ଡରେ ଆଘାତ ଲାଗିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୱାସରୁମରେ ଯବାନଙ୍କ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର କାରଣ କ’ଣ ଜଣାପଡ଼ିବ।

Tags: