ପଶ୍ଚିମବଙ୍ଗ ବିଧାନସଭାରୁ ୬ ବିଜେପି ବିଧାୟକ ନିଲମ୍ବିତ

କୋଲକାତା: ସନ୍ଦେଶଖାଲିରେ ଅଶାନ୍ତି ପ୍ରସଙ୍ଗକୁ ନେଇ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବିଜେପିର ୬ ଜଣ ବିଧାୟକଙ୍କୁ ପଶ୍ଚିମବଙ୍ଗ ବିଧାନସଭାରୁ ନିଲମ୍ବନ କରାଯାଇଛି। ଶୁଭନ୍ଦେୁ ଅଧିକାରୀଙ୍କ ବାଦ୍ ଅଗ୍ନିମିତ୍ର ପାଲ୍, ମିହିର ଗୋସ୍ୱାମୀ, ବଙ୍କିମ ଘୋଷ, ତାପସୀ ମଣ୍ଡଳ ଓ ଶଙ୍କର ଘୋଷଙ୍କୁ ଚଳିତ ଅଧିବେଶନର ଅବଶିଷ୍ଟ ଅଂଶ କିମ୍ବା ୩୦ ଦିନ ପାଇଁ ନିଲମ୍ବନ କରାଯାଇଛି। ପ୍ରଶ୍ନକାଳ ଆରମ୍ଭରୁ ବିଜେପି ବିଧାୟକମାନେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର […]

Samaya Live Picture
Published On

କୋଲକାତା: ସନ୍ଦେଶଖାଲିରେ ଅଶାନ୍ତି ପ୍ରସଙ୍ଗକୁ ନେଇ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବିଜେପିର ୬ ଜଣ ବିଧାୟକଙ୍କୁ ପଶ୍ଚିମବଙ୍ଗ ବିଧାନସଭାରୁ ନିଲମ୍ବନ କରାଯାଇଛି। ଶୁଭନ୍ଦେୁ ଅଧିକାରୀଙ୍କ ବାଦ୍ ଅଗ୍ନିମିତ୍ର ପାଲ୍, ମିହିର ଗୋସ୍ୱାମୀ, ବଙ୍କିମ ଘୋଷ, ତାପସୀ ମଣ୍ଡଳ ଓ ଶଙ୍କର ଘୋଷଙ୍କୁ ଚଳିତ ଅଧିବେଶନର ଅବଶିଷ୍ଟ ଅଂଶ କିମ୍ବା ୩୦ ଦିନ ପାଇଁ ନିଲମ୍ବନ କରାଯାଇଛି। ପ୍ରଶ୍ନକାଳ ଆରମ୍ଭରୁ ବିଜେପି ବିଧାୟକମାନେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ବର୍ତ୍ତମାନର ଅଶାନ୍ତି ପାଇଁ ଟିଏମ୍ସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବିଜେପି ବିଧାୟକମାନେ ଗୃହରେ ନାରାବାଜି କରିଥିଲେ। ସେମାନେ ଧଳା ସାର୍ଟ ପିନ୍ଧିଥିବା ବେଳେ ଲାଲ ରଙ୍ଗରେ ‘ସନ୍ଦେଶଖାଲି ସହ ଆମେ’ ଲେଖାଥିବା ଦେଖିବାକୁ ମିଳିଥିଲା। ଏହାପରେ ବାଚସ୍ପତି ବିମାନ ବାନାର୍ଜୀ ତୃଣମୂଳ କଂଗ୍ରେସ ବିଧାୟକ ଶୋଭନଦେବ ଚାଟାର୍ଜୀଙ୍କୁ ବିଜେପି ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଗତ କରିବାକୁ ଅନୁମତି ଦେଇଥିଲେ ଏବଂ ବାଚସ୍ପତି ସେମାନଙ୍କୁ ନିଲମ୍ବିତ କରିଥିଲେ।

Tags: