ପଶ୍ଚିମବଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନର୍ସଙ୍କୁ ଅସଦାଚରଣ, ରୋଗୀ ଗିରଫ

କୋଲକାତା: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ଏକ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ନର୍ସଙ୍କୁ ସେଠାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବା ରୋଗୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଉକ୍ତ ରୋଗୀକୁ ଗିରଫକରିଛି। ଘଟଣାଟି ଗତକାଲି ଇଲାମବଜାର ପୁଲିସ ଥାନା ଅଧୀନରେ ଘଟିଛି। ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ମାସିଦୁଲ ହସନ୍‌ କହିଛନ୍ତି, ରାତି ପ୍ରାୟ ସାଢ଼େ ୮ଟା ବେଳେ ଛୋଟଛକ ଗାଁର ଆବ୍ବାସ୍‌ ଉଦ୍ଦିନ ନାମକ ଜଣେ ବ୍ୟକ୍ତି ଭୀଷଣ ଜ୍ବରରୋଗରେ ପୀଡ଼ିତ ହୋଇ ହସ୍‌ପିଟାଲ୍‌ରେ […]

Samaya Live Picture
Published On

କୋଲକାତା: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ଏକ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ନର୍ସଙ୍କୁ ସେଠାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବା ରୋଗୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଉକ୍ତ ରୋଗୀକୁ ଗିରଫକରିଛି। ଘଟଣାଟି ଗତକାଲି ଇଲାମବଜାର ପୁଲିସ ଥାନା ଅଧୀନରେ ଘଟିଛି। ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ମାସିଦୁଲ ହସନ୍‌ କହିଛନ୍ତି, ରାତି ପ୍ରାୟ ସାଢ଼େ ୮ଟା ବେଳେ ଛୋଟଛକ ଗାଁର ଆବ୍ବାସ୍‌ ଉଦ୍ଦିନ ନାମକ ଜଣେ ବ୍ୟକ୍ତି ଭୀଷଣ ଜ୍ବରରୋଗରେ ପୀଡ଼ିତ ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲା। ହସ୍‌ପିଟାଲ୍‌ରେ ପହଞ୍ଚିବା ପରେ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରି ଇଂଜେକ୍ସନ୍‌ ଓ ସାଲାଇନ୍‌ ଦେବାକୁ ପରାମର୍ଶ ଦିଆଯାଇଥିଲା। ପରାମର୍ଶ ଅନୁସାରେ ନର୍ସଜଣକ ତାଙ୍କୁ ସାଲାଇନ୍‌ ଲଗାଇବାକୁ ଯାଇଥିଲେ। ଏହି ସମୟରେ ଆବ୍ବାସ ତାଙ୍କୁ ଭିଡ଼ା ଓଟରା କରିଥିଲା। ଆବ୍ବାସଙ୍କ ପରିବାର ସଦସ୍ୟଙ୍କୁ ଏନେଇ ସୂଚିତ କରାଯାଇଛି ଏବଂ ତାଙ୍କୁ ନିୟନ୍ତ୍ରଣ କରିବାକୁ କୁହାଯାଇଥିଲା, କିନ୍ତୁ କିଛି ସୁଫଳ ମିଳିନଥିଲା। ଶେଷରେ ପୁଲିସକୁ ସୂଚିତ କରାଯାଇଥିଲା। ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି। ପୀଡ଼ିତା ନର୍ସ ଜଣକ କହିଛନ୍ତି, ଯେତେବେଳେ ସେ ସାଲାଇନ୍‌ ଲଗାଇବାକୁ ରୋଗୀଙ୍କ ଶଯ୍ୟା ନିକଟକୁ ଗଲେ। ସେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଭ୍ୟ ଭାଷା ପ୍ରୟୋଗ କରିଥିଲେ। ଏହାକୁ ଅଣଦେଖା କରି ନିକଟରେ ପହଞ୍ଚିବା ବେଳେ ଅଭିଯୁକ୍ତ ଜଣକ ତାଙ୍କୁ ଟଣାଓଟରା କରିଥିଲା।

Tags: