ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ପ୍ରସଙ୍ଗ ଉଠାଇ ଟିଏମ୍‌ସି ଉପରେ ମୋଦୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ପଶ୍ଚିମବଙ୍ଗରେ ବିଜେପିର କ୍ଷେତ୍ରିୟ ପଞ୍ଚାୟତ ରାଜ ପରିଷଦରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଆମେ ସଂସଦ‌ରେ ବିରୋଧୀଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଜିତିଛୁ ଏବଂ ସମଗ୍ର ରାଷ୍ଟ୍ରରେ ନକରାତ୍ମକ ବାତାବରଣ ପ୍ରସାର କରୁଥିବା ଲୋକଙ୍କୁ ଉପଯୁକ୍ତ ଜବାବ ଦେଇଛୁ। ବିରୋଧୀ ଦଳ ସଦସ୍ୟମାନେ ଅଧାରୁ ସଂସଦ ଛାଡ଼ି ପଳାଇଲେ। ସତ କଥା ହେଉଛି ସେମାନେ ଅନାସ୍ଥା ଭୋଟ୍‌କୁ ନେଇ ଭୟରେ ଥିଲେ। ମୋଦୀ […]

Samaya Live Picture
Published On

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ପଶ୍ଚିମବଙ୍ଗରେ ବିଜେପିର କ୍ଷେତ୍ରିୟ ପଞ୍ଚାୟତ ରାଜ ପରିଷଦରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଆମେ ସଂସଦ‌ରେ ବିରୋଧୀଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଜିତିଛୁ ଏବଂ ସମଗ୍ର ରାଷ୍ଟ୍ରରେ ନକରାତ୍ମକ ବାତାବରଣ ପ୍ରସାର କରୁଥିବା ଲୋକଙ୍କୁ ଉପଯୁକ୍ତ ଜବାବ ଦେଇଛୁ। ବିରୋଧୀ ଦଳ ସଦସ୍ୟମାନେ ଅଧାରୁ ସଂସଦ ଛାଡ଼ି ପଳାଇଲେ। ସତ କଥା ହେଉଛି ସେମାନେ ଅନାସ୍ଥା ଭୋଟ୍‌କୁ ନେଇ ଭୟରେ ଥିଲେ। ମୋଦୀ ମଧ୍ୟ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହୋଇଥିବା ହିଂସା ପାଇଁ ଟିଏମ୍‌ସି ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, ମମତା ବାନାର୍ଜୀଙ୍କ ଟିଏମ୍‌ସି ଦଳ ବିଜେପି ପ୍ରାର୍ଥୀଙ୍କୁ ଧମକାଇଛି ଏବଂ ସେମାନେ ବୁଥ୍‌ କବ୍‌ଜା କରିଛନ୍ତି। ଟିଏମ୍‌ସି ଦଳ ପଞ୍ଚାୟତ ନିର୍ବାଚନ ସମୟରେ ରକ୍ତରେ ଖେଳିଛି। ବିଜେପି ପ୍ରାର୍ଥୀଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବାରୁ ଅଟକାଇବାପାଇଁ ସେମାନେ ଯାହା ଦରକାର କରିଛନ୍ତି। ସେମାନେ କେବଳ ବିଜେପି କର୍ମୀଙ୍କୁ ଧମକ ଦେଇନାହାନ୍ତି ବରଂ ଭୋଟରଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଦଳ ଭୋଟରଙ୍କୁ ଧମକାଇ ସେମାନଙ୍କ ଜୀବନକୁ ନର୍କ କରିଦେଇଛି। ବୁଥ୍‌ କବ୍‌ଜା କରିବାପାଇଁ ଗୁଣ୍ଡାମାନଙ୍କୁ କଣ୍ଟ୍ରାକ୍ଟ ଦିଆଯାଇଛି। ବିରୋଧୀଙ୍କୁ ଧମକାଇବାପାଇଁ ହିଂସାର ବ୍ୟବହାର ହୋଇଛି ବୋଲି ମୋଦୀ କହିଛନ୍ତି।

Tags: