ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ୬୯୬ ବୁଥ୍ରେ ପୁନଃ ଭୋଟ୍ଗ୍ରହଣ
କୋଲକାତା : ପଶ୍ଚିମବଙ୍ଗର ୧୯ଟି ଜିଲ୍ଲାର ୬୯୬ଟି ବୁଥ୍ରେ ଆଜି ପୁନଃ ଭୋଟ୍ ଗ୍ରହଣ ଚାଲିଛି। ତେବେ ଆଜି ମଧ୍ୟ କୁଚବିହାରରେ ପୁଣିଥରେ ହିଂସାକାଣ୍ଡ ଘଟିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ରବିବାର ରାତିରେ ଶାସକ ‘ତୃଣମୂଳ କଂଗ୍ରେସ’ କର୍ମୀମାନେ ଜଣେ କଂଗ୍ରେସ କର୍ମୀଙ୍କ ଘର ଭାଙ୍ଗାରୁଜା କରିଛନ୍ତି। ଦୁର୍ବୃତ୍ତମାନେ କଂଗ୍ରେସ ପ୍ରାର୍ଥୀ ନୂର୍ନହାର ବିବିଙ୍କ ଘର ଉପରକୁ ବୋମା ଫିଙ୍ଗିବା ସହିତ ଗୁଳି ଚଳାଇଥିଲେ। ନଦିଆର ୮୯ଟି, ଉତ୍ତର ୨୪ ପ୍ରଗଣାରେ ୪୬ଟି, ଉତ୍ତର ଦିନାଜପୁରରେ […]
କୋଲକାତା : ପଶ୍ଚିମବଙ୍ଗର ୧୯ଟି ଜିଲ୍ଲାର ୬୯୬ଟି ବୁଥ୍ରେ ଆଜି ପୁନଃ ଭୋଟ୍ ଗ୍ରହଣ ଚାଲିଛି। ତେବେ ଆଜି ମଧ୍ୟ କୁଚବିହାରରେ ପୁଣିଥରେ ହିଂସାକାଣ୍ଡ ଘଟିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ରବିବାର ରାତିରେ ଶାସକ ‘ତୃଣମୂଳ କଂଗ୍ରେସ’ କର୍ମୀମାନେ ଜଣେ କଂଗ୍ରେସ କର୍ମୀଙ୍କ ଘର ଭାଙ୍ଗାରୁଜା କରିଛନ୍ତି। ଦୁର୍ବୃତ୍ତମାନେ କଂଗ୍ରେସ ପ୍ରାର୍ଥୀ ନୂର୍ନହାର ବିବିଙ୍କ ଘର ଉପରକୁ ବୋମା ଫିଙ୍ଗିବା ସହିତ ଗୁଳି ଚଳାଇଥିଲେ। ନଦିଆର ୮୯ଟି, ଉତ୍ତର ୨୪ ପ୍ରଗଣାରେ ୪୬ଟି, ଉତ୍ତର ଦିନାଜପୁରରେ ୪୨ଟି, ଦକ୍ଷିଣ ୨୪ ପ୍ରଗଣାରେ ୩୬ଟି, ପୂର୍ବ ମେଦିନିପୁରରେ ୩୧ଟି ଓ ହୁଗୁଳିରେ ୨୯ଟି ବୁଥ୍ରେ ପୁନଃ ଭୋଟ୍ ଗ୍ରହଣ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଗତ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ବେଳେ ବ୍ୟାପକ ହିଂସା ଉପୁଜିଥିଲା। ହିଂସା ଯୋଗୁଁ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ହିଂସା ଘଟାଇଥିବା ଲୋକମାନେ ବାଲଟ ବାକ୍ସ ଉଠାଇ ନେଇଥିଲେ ଏବଂ ଜାଳି ଦେଇଥିଲେ। ଏହି କାରଣ ପାଇଁ ବିଭିନ୍ନ ବୁଥ୍ରେ ପୁନଃ ଭୋଟ୍ ଗ୍ରହଣ ହୋଇଛି।




