ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଦିନ ଭୟଙ୍କର ହିଂସା, ୭ ମୃତ

କୋଲକାତା: ପଶ୍ଚିମବଙ୍ଗ‌ରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବାବେଳେ ବ୍ୟାପକ ହିଂସା ହୋଇଛି। ନିର୍ବାଚନ ପାଇଁ କେନ୍ଦ୍ରୀୟ ବାହିନୀ ମୁତୟନକୁ ନେଇ ଟିଏମ୍‌ସି ଏବଂ ବିଜେପି ମଧ୍ୟରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଉପୁଜି ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଟିଏମ୍‌ସିର ୫ ଜଣ ସଦସ୍ୟ ଥିବାବେଳେ ବିଜେପି ଏବଂ ସିପିଆଇଏମ୍‌ର ଜଣେ ଲେଖାଏଁ କର୍ମୀ ଅଛନ୍ତି। ଆଜି ସକାଳ ୭ଟାରେ କଡ଼ା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। […]

Samaya Live Picture
Published On

କୋଲକାତା: ପଶ୍ଚିମବଙ୍ଗ‌ରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବାବେଳେ ବ୍ୟାପକ ହିଂସା ହୋଇଛି। ନିର୍ବାଚନ ପାଇଁ କେନ୍ଦ୍ରୀୟ ବାହିନୀ ମୁତୟନକୁ ନେଇ ଟିଏମ୍‌ସି ଏବଂ ବିଜେପି ମଧ୍ୟରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଉପୁଜି ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଟିଏମ୍‌ସିର ୫ ଜଣ ସଦସ୍ୟ ଥିବାବେଳେ ବିଜେପି ଏବଂ ସିପିଆଇଏମ୍‌ର ଜଣେ ଲେଖାଏଁ କର୍ମୀ ଅଛନ୍ତି। ଆଜି ସକାଳ ୭ଟାରେ କଡ଼ା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ମୁର୍ଶିଦାବାଦ ଜିଲ୍ଲା ହିଂସା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ। ଟିଏମ୍‌ସି କର୍ମୀ ବାବର ଅଲିଙ୍କର କାପସଡଙ୍ଗା ଅଞ୍ଚଳରେ ହିଂସା ଯୋଗୁଁ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଟିଏମ୍‌ସି କର୍ମୀଙ୍କର ମୁର୍ଶିଦାବାଦର ରେଜିନଗରରେ ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଛି। ଖରଗାମ ଜିଲ୍ଲାରେ ଜଣେ ଟିଏମ୍‌ସି କର୍ମୀଙ୍କୁ ଛୁରୀ ଭୂଶି ହତ୍ୟା କରାଯାଇଛି। କୁଚ ବିହାର ଜିଲ୍ଲାରେ ବିଜେପିର ଜଣେ ନିର୍ବାଚନ ପ୍ରତିନିଧିଙ୍କୁ ଗୁଳି କରି ହତ୍ୟା‌ କରାଯାଇଛି। ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଜଣେ ସିପିଏମ୍‌ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅନ୍ୟ କିଛି ସ୍ଥାନରେ ମଧ୍ୟ ସଂଘର୍ଷ ଉପୁଜି ଉଭୟ ବିଜେପି ଏବଂ ଟିଏମ୍‌ସି କର୍ମୀମାନେ ଆହତ ହୋଇଛନ୍ତି।

Tags: