ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ, ଏସ୍‌ଇସିଙ୍କ ଉପରକୁ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ଯେଉଁ ହିଂସା ଉପୁଜିଛି ସେଥିପାଇଁ ସୁପ୍ରିମକୋର୍ଟ ଆଜି ରାଜ୍ୟ ନିର୍ବାଚନ କମିସନ୍‌ (ଏସ୍‌ଇସି)ଙ୍କ ଉପରକୁ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ନିର୍ବାଚନ କରିବା ହିଂସା ପାଇଁ ଏକ ଲାଇସେନ୍ସ ହୋଇପାରିବନି। ଅବାଧ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳନା କରିବା ଦାୟିତ୍ବ ରାଜ୍ୟ ନିର୍ବାଚନ କମିସନ୍‌ଙ୍କର। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ ସଂକ୍ରାନ୍ତ କାଲକାଟା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ଯେଉଁ ହିଂସା ଉପୁଜିଛି ସେଥିପାଇଁ ସୁପ୍ରିମକୋର୍ଟ ଆଜି ରାଜ୍ୟ ନିର୍ବାଚନ କମିସନ୍‌ (ଏସ୍‌ଇସି)ଙ୍କ ଉପରକୁ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ନିର୍ବାଚନ କରିବା ହିଂସା ପାଇଁ ଏକ ଲାଇସେନ୍ସ ହୋଇପାରିବନି। ଅବାଧ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳନା କରିବା ଦାୟିତ୍ବ ରାଜ୍ୟ ନିର୍ବାଚନ କମିସନ୍‌ଙ୍କର। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ ସଂକ୍ରାନ୍ତ କାଲକାଟା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି କରି ଆଜି କୋର୍ଟ ଏହା କହିଛନ୍ତି। ଆଗାମୀ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ କାଲକାଟା ହାଇକୋର୍ଟ ଜୁନ୍‌ ୧୩ ତାରିଖରେ ନିର୍ବାଚନ କମିସନ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ଏହି ରାୟକୁ ଉଭୟ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିସନ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଥିଲେ।

Tags: