ପଶ୍ଚିମବଙ୍ଗ ନିର୍ବାଚନ ହିଂସା ଜନିତ ମୃତ୍ୟୁସଂଖ୍ୟା ୧୯ ପହଞ୍ଚିଲା
ନୂଆଦିଲ୍ଲୀ :ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଗତକାଲି ଶେଷ ହୋଇଛି। କିନ୍ତୁ ହିଂସା ଓ ରକ୍ତପାତ ଶେଷ ହୋଇନି। ଶନିବାର ବିଳମ୍ବିତ ରାତିରେ ମାଲଦାରେ ଜଣେ ଟିଏମ୍ସି କର୍ମୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ଶାସକ ଟିଏମ୍ସି ଏହି ହତ୍ୟା ପାଇଁ କଂଗ୍ରେସକୁ ଦାୟୀ କରିଛି। ଏଥିସହ ରାଜ୍ୟରେ ନିର୍ବାଚନ ହିଂସା ଜନିତ ମୃତ୍ୟୁସଂଖ୍ୟା ୧୯ ପହଞ୍ଚିଛି। ହିଂସାରେ ୬ ଜଣ ଆହତ ହୋଇଛନ୍ତି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ କେବଳ ଟିଏମ୍ସିର […]
ନୂଆଦିଲ୍ଲୀ :ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଗତକାଲି ଶେଷ ହୋଇଛି। କିନ୍ତୁ ହିଂସା ଓ ରକ୍ତପାତ ଶେଷ ହୋଇନି। ଶନିବାର ବିଳମ୍ବିତ ରାତିରେ ମାଲଦାରେ ଜଣେ ଟିଏମ୍ସି କର୍ମୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ଶାସକ ଟିଏମ୍ସି ଏହି ହତ୍ୟା ପାଇଁ କଂଗ୍ରେସକୁ ଦାୟୀ କରିଛି। ଏଥିସହ ରାଜ୍ୟରେ ନିର୍ବାଚନ ହିଂସା ଜନିତ ମୃତ୍ୟୁସଂଖ୍ୟା ୧୯ ପହଞ୍ଚିଛି। ହିଂସାରେ ୬ ଜଣ ଆହତ ହୋଇଛନ୍ତି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ କେବଳ ଟିଏମ୍ସିର ୧୨ ଜଣ ଅଛନ୍ତି। କଂଗ୍ରେସ ଏବଂ ବିଜେପିର ୩ ଜଣ ଲେଖାଏଁ କର୍ମୀ ଏବଂ ସିପିଆଇଏମ୍ ୨ ଜଣ କର୍ମୀ ଅଛନ୍ତି। ମୁର୍ଶିଦାବାଦ ଜିଲ୍ଲା ସର୍ବାଧିକ ହିଂସା ପ୍ରଭାବିତ। ଭୋଟ୍ ଗ୍ରହଣ ଦିନ ବିଭିନ୍ନ ସ୍ଥାନରେ ବାଲଟ ବକ୍ସ ଲୁଟି ନିଆଯାଇଛି ଏବଂ ବାଲଟ ବାକ୍ସ ଜାଳି ଦିଆଯାଇଛି। ହିଂସାକୁ ନେଇ ଟିଏମ୍ସି ଏବଂ ବିଜେପି ମୁହାଁମୁହିଁ ହୋଇଛି। ବିଜେପି ବିଭିନ୍ନ ବୁଥ୍ରେ ପୁନଃ ନିର୍ବାଚନ ପାଇଁ ଦାବି କରିଛି। ୧୭ଟି ଜିଲ୍ଲାରେ ବୁଥ୍ ଜବରଦଖଲ ହୋଇଥିବା ନେଇ ବିଜେପି ଅଭିଯୋଗ କରିଛି। ରାଜ୍ୟରେ ଚଳିତ ପଞ୍ଚାୟତ ନିର୍ବାଚନ ହିଂସା ଯୋଗୁଁ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।




