ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ଅଧୀର ରଂଜନ

କୋଲକାତା: ବରିଷ୍ଠ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଆଜି ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ଖରାପ ପ୍ରଦର୍ଶନର କାରଣ ସମୀକ୍ଷା ପାଇଁ ହୋଇଥିବା ବୈଠକ ପରେ ଅଧୀର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଅଧୀରଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଛି କି ନା’ ସେନେଇ ଦଳ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ଅଧୀର ତାଙ୍କ ଇସ୍ତଫା ସଂକ୍ରାନ୍ତରେ ସ୍ପଷ୍ଟ […]

Samaya Live Picture
Published On

କୋଲକାତା: ବରିଷ୍ଠ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଆଜି ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ଖରାପ ପ୍ରଦର୍ଶନର କାରଣ ସମୀକ୍ଷା ପାଇଁ ହୋଇଥିବା ବୈଠକ ପରେ ଅଧୀର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଅଧୀରଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଛି କି ନା’ ସେନେଇ ଦଳ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ଅଧୀର ତାଙ୍କ ଇସ୍ତଫା ସଂକ୍ରାନ୍ତରେ ସ୍ପଷ୍ଟ କରି କହିଛନ୍ତି ସେ କେବଳ ନାମକୁ ମାତ୍ର ରାଜ୍ୟ କଂଗ୍ରେସ ଶାଖାର ମୁଖ୍ୟ ଥିଲେ। ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଜାତୀୟ ସଭାପତି ହେବା ପରଠାରୁ ରାଜ୍ୟରେ କୌଣସି ସଭାପତି ନଥିଲେ। ଏବେ ପୂର୍ଣ୍ଣକାଳୀନ ସଭାପତି ନିଯୁକ୍ତ ହେବାପରେ ସମସ୍ତେ ଏବିଷୟରେ ଜାଣିପାରିବେ ବୋଲି ଅଧୀର କହିଛନ୍ତି। ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ବହରମପୁରରୁ ୫ ଥର ଲୋକସଭା ସାଂସଦ ହୋଇଥିବା ଚୌୟଧୁରୀ ଚଳିତ ଥର ଟିଏମ୍ସି ପ୍ରାର୍ଥୀ ୟୁସୁଫ ପଠାନଙ୍କଠାରୁ ହାରି ଯାଇଛନ୍ତି।

Tags: