ପଶ୍ଚିମବଙ୍ଗର ବୀରଭୂମ କୋଇଲାଖଣି ବିସ୍ଫୋରଣରେ ୭ ମୃତ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାସ୍ଥିତ ଏକ କୋଇଲାଖଣିରେ ବିସ୍ଫୋରଣ ଘଟି ୭ଜଣଙ୍କର ମୃତ୍ୟୁ ହୋଇଛି। ୩ଜଣ ଗୁରୁତର ଆହତ ହୋଇଛନ୍ତି। ବୀରଭୂମ ଖ୍ୟାରାସୋଲ୍‌ର ଗଙ୍ଗାରାମଚକ-ଭଦୁଲିଆ କୋଇଲା ଖଣିରେ ଏହି ଦୁର୍ଘଟଣା ଘଟିଛି। ଖଣିରେ ବିସ୍ଫୋରଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏଥିପାଇଁ ଟ୍ରକ୍‌ରେ ବିସ୍ଫୋରକ ଅଣାଯାଇଥିଲା। ଶ୍ରମିକମାନେ ଟ୍ରକ୍‌ରୁ ବିସ୍ଫୋରକ ସାମଗ୍ରୀ ବାହାର କରିଥିଲେ। ତେବେ କୌଣସି କାରଣରୁ ବିସ୍ଫୋରକ ଥିବା ଟ୍ରକ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଲୁହା […]

Samaya Live Picture
Published On

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାସ୍ଥିତ ଏକ କୋଇଲାଖଣିରେ ବିସ୍ଫୋରଣ ଘଟି ୭ଜଣଙ୍କର ମୃତ୍ୟୁ ହୋଇଛି। ୩ଜଣ ଗୁରୁତର ଆହତ ହୋଇଛନ୍ତି। ବୀରଭୂମ ଖ୍ୟାରାସୋଲ୍‌ର ଗଙ୍ଗାରାମଚକ-ଭଦୁଲିଆ କୋଇଲା ଖଣିରେ ଏହି ଦୁର୍ଘଟଣା ଘଟିଛି। ଖଣିରେ ବିସ୍ଫୋରଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏଥିପାଇଁ ଟ୍ରକ୍‌ରେ ବିସ୍ଫୋରକ ଅଣାଯାଇଥିଲା। ଶ୍ରମିକମାନେ ଟ୍ରକ୍‌ରୁ ବିସ୍ଫୋରକ ସାମଗ୍ରୀ ବାହାର କରିଥିଲେ। ତେବେ କୌଣସି କାରଣରୁ ବିସ୍ଫୋରକ ଥିବା ଟ୍ରକ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଲୁହା ଓ ପଥର ଖଣ୍ଡଗୁଡ଼ିକ ଚାରିପଟକୁ ପ୍ରବଳ ବେଗରେ ବିଚ୍ଛୁରିତ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏଭଳି ଥିଲା ଯେ ଲୋକଙ୍କ ଦେହାବଶେଷ ଓ ଟ୍ରକ୍‌ର ଭଙ୍ଗାଅଂଶଗୁଡ଼ିକ ୫୦୦-୭୦୦ ମିଟର ଦୂରରେ ଯାଇ ପଡ଼ିଥିଲା। ଘଟଣାସ୍ଥଳରେ ହିଁ ୭ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ୩ ଜଣଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଏହି ଖଣିକୁ ପ୍ରଥମେ, କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଦ୍ବାରା ୨୦୧୫ରେ ପଶ୍ଚିମବଙ୍ଗ ପାୱାର୍‌ ଡେ‌ଭଲପ୍‌ମେଣ୍ଟ କର୍ପୋରେସନ୍‌ ଲିଃକୁ ପ୍ରଦାନ କରାଯାଇଥିଲା। ୨୦୨୦ ଠାରୁ ଏମ୍‌ଏସ୍‌ ଗଙ୍ଗାରାମଚକ ମାଇନିଂ ପ୍ରାଃ ଲିଃ ଦ୍ବାରା ଏହି ଖଣିର ଉତ୍ତୋଳନ ଓ ପରିଚାଳନା କରାଯାଉଛି।

Tags: