ପଶ୍ଚିମବଙ୍ଗର ପୂର୍ବ ମେଦିନିପୁରରେ ଆତଙ୍କବାଦୀ ନିରୋଧ ସଂସ୍ଥା ଏନଆଇଏ ଉପରେ ଆକ୍ରମଣ, ଅଫିସର ଆହତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଭୁପତିନଗର ଅଞ୍ଚଳରେ ଆଜି ଆତଙ୍କବାଦୀ ନିରୋଧ ସଂସ୍ଥା ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଟିମ୍ ଉପରେ ଆକ୍ରମଣ ହୋଇଛି। ୨୦୨୨ ବୋମା ବିସ୍ଫୋରଣ ମାମଲାର ଏକ ଚଢ଼ଉ ସମୟରେ ଏନଆଇଏ ଟିମ୍ ଉପରେ ଏହି ଆକ୍ରମଣ ହୋଇଛି। ଉକ୍ତ ଘଟଣାରେ ଜଣେ ଅଫିସର ଆହତ ହୋଇଛନ୍ତି। ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ପରିବାର ସଦସ୍ୟ ଓ କିଛି ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ ଦାଏର ହୋଇଛି। ଏନଆଇଏର […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଭୁପତିନଗର ଅଞ୍ଚଳରେ ଆଜି ଆତଙ୍କବାଦୀ ନିରୋଧ ସଂସ୍ଥା ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଟିମ୍ ଉପରେ ଆକ୍ରମଣ ହୋଇଛି। ୨୦୨୨ ବୋମା ବିସ୍ଫୋରଣ ମାମଲାର ଏକ ଚଢ଼ଉ ସମୟରେ ଏନଆଇଏ ଟିମ୍ ଉପରେ ଏହି ଆକ୍ରମଣ ହୋଇଛି। ଉକ୍ତ ଘଟଣାରେ ଜଣେ ଅଫିସର ଆହତ ହୋଇଛନ୍ତି। ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ପରିବାର ସଦସ୍ୟ ଓ କିଛି ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ ଦାଏର ହୋଇଛି। ଏନଆଇଏର ଏକ କାର୍ ଭଙ୍ଗାରୁଜୁ କରାଯାଇଛି। ଫଳରେ ଗାଡ଼ିର ୱିଣ୍ଡସ୍କ୍ରିନ୍ ଭାଙ୍ଗିଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ପୁରୁଷ ଏବଂ ମହିଳା ପୁଲିସ ଗାଡ଼ିକୁ ଅଟକାଉଛନ୍ତି ଏବଂ ସେମାନଙ୍କୁ ପଛକୁ ଫେରିଯିବାପାଇଁ କହୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ ବୋମା ବିସ୍ଫୋରଣ ମାମଲାରେ ଆଜି ସକାଳେ ଏନଆଇଏ ଅଫିସରମାନେ ୨ ଜଣଙ୍କୁ ଗିରଫ କରିଥିଲେ। ମୁଖ୍ୟ ଅଭିଯୁକ୍ତ ମନବ୍ରତ ଜାନାଙ୍କ ସହ ଏନଆଇଏଫ ଅଫିସର ୨ ଜଣଙ୍କୁ ଗିରଫ କରିଥିଲେ। ତେବେ ସେମାନେ କୋଲକାତା ଫେରିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଉକ୍ତ ଘଟଣାରେ ସ୍ଥାନୀୟ ଥାନାରେ ଏତଲା ରୁଜୁ ହୋଇଛି।

Tags: