ପଶ୍ଚିମବଙ୍ଗରେ ୩୬ ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ କାଲକାଟା ହାଇକୋର୍ଟ
କୋଲ୍କାତା: ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାରୁ କାଲକାଟା ହାଇକୋର୍ଟ ପଶ୍ଚିମବଙ୍ଗରେ ପ୍ରାୟ ୩୬,୦୦୦ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଛନ୍ତି। ଏହି ମାମଲାରେ ରାୟ ଶୁଣାଇ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ କହିଲେ ଯେ, ପଶ୍ଚିମବଙ୍ଗରେ କେବେ ଏଭଳି ବଡ଼ଧରଣର ଦୁର୍ନୀତି ହୋଇ ନ ଥିଲା। ତେଣୁ, ୨୦୧୬ରେ ପ୍ରାଥମିକ ଶିକ୍ଷକ ପଦବି ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ସମୟରେ ଅଣତାଲିମପ୍ରାପ୍ତ ଥିବା ୩୬,୦୦୦ ପ୍ରାର୍ଥୀଙ୍କ ନିଯୁକ୍ତିକୁ ଏତଦ୍ବାରା ରଦ୍ଦ କରାଗଲା। ୧୭ପୃଷ୍ଠା ସମ୍ବଳିତ ଏହି ରାୟରେ କୁହାଯାଇଛି […]
କୋଲ୍କାତା: ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାରୁ କାଲକାଟା ହାଇକୋର୍ଟ ପଶ୍ଚିମବଙ୍ଗରେ ପ୍ରାୟ ୩୬,୦୦୦ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଛନ୍ତି। ଏହି ମାମଲାରେ ରାୟ ଶୁଣାଇ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ କହିଲେ ଯେ, ପଶ୍ଚିମବଙ୍ଗରେ କେବେ ଏଭଳି ବଡ଼ଧରଣର ଦୁର୍ନୀତି ହୋଇ ନ ଥିଲା। ତେଣୁ, ୨୦୧୬ରେ ପ୍ରାଥମିକ ଶିକ୍ଷକ ପଦବି ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ସମୟରେ ଅଣତାଲିମପ୍ରାପ୍ତ ଥିବା ୩୬,୦୦୦ ପ୍ରାର୍ଥୀଙ୍କ ନିଯୁକ୍ତିକୁ ଏତଦ୍ବାରା ରଦ୍ଦ କରାଗଲା। ୧୭ପୃଷ୍ଠା ସମ୍ବଳିତ ଏହି ରାୟରେ କୁହାଯାଇଛି ଯେ, ବିନା ‘ଆପ୍ଟିଚ୍ୟୁଡ୍ ଟେଷ୍ଟ୍’ ରେ ଉକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତ କରାଯାଇଥିଲା। ପଶ୍ଚିମବଙ୍ଗ ସରକାରଙ୍କ ପ୍ରାୟୋଜିତ ଏବଂ ଅନୁଦାନ ପ୍ରାପ୍ତ ସ୍କୁଲ୍ଗୁଡ଼ିକରେ ନିଯୁକ୍ତି ପାଇବା ବେଳେ ସେମାନେ ଅଣତାଲିମପ୍ରାପ୍ତ ଥିଲେ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ସେମାନଙ୍କୁ ନିଯୁକ୍ତ କରାଯାଇ ନ ଥିଲା। ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଖଣ୍ଡପୀଠ କହିଛନ୍ତି ନିଯୁକ୍ତି ରଦ୍ଦ ହୋଇଥିବା ଶିକ୍ଷକ ଆଉ ୪ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। କିନ୍ତୁ, ତାଙ୍କର ବେତନ ଜଣେ ‘ପାରା ଟିଚର୍’ ଦରମା ସହ ସମାନ ହେବ। ୩ ମାସ ମଧ୍ୟରେ ପଶ୍ଚିମବଙ୍ଗ ସରକାର ଖାଲିପଡ଼ିଥିବା ଶିକ୍ଷକ ପଦବି ସବୁ ପୂରଣ କରିବେ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି।




