ପଶ୍ଚିମବଙ୍ଗରେ ହୋଇପାରୁନି କଂଗ୍ରେସ-ଟିଏମସି ଆସନ ବୁଝାମଣା, କଂଗ୍ରେସର ଅଧୀର ରଂଜନ ଚୌଧୁରୀ ସବୁଠୁ ବଡ଼ ପ୍ରତିବନ୍ଧକ : ଟିଏମସି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ଆସନ ବୁଝାମଣା ହୋଇପାରୁନି। ଏଥିପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ ହେଉଛନ୍ତି କଂଗ୍ରେସର ଅଧୀର ରଂଜନ ଚୌଧୁରୀ। ୨ ଦଳ ମଧ୍ୟରେ ସମ୍ପର୍କ ଖରାପ ହେବା କାରଣ ପାଇଁ ଅଧୀର ଦାୟୀ ବୋଲି ଟିଏମସି ସୂତ୍ରରୁ ଜଣାପଡ଼ିଛି। କୁହାଯାଉଛି ଯେ ପଶ୍ଚିମବଙ୍ଗରେ ଆସନ ବୁଝାମଣା ଦିଗରେ କୌଣସି ନିଷ୍କର୍ସରେ ପହଞ୍ଚିବାପାଇଁ କଂଗ୍ରେସ ଚୌଧୁରୀଙ୍କ ସହ କଥା ହେବାଟ ଉଚିତ। ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ଆସନ ବୁଝାମଣା ହୋଇପାରୁନି। ଏଥିପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ ହେଉଛନ୍ତି କଂଗ୍ରେସର ଅଧୀର ରଂଜନ ଚୌଧୁରୀ। ୨ ଦଳ ମଧ୍ୟରେ ସମ୍ପର୍କ ଖରାପ ହେବା କାରଣ ପାଇଁ ଅଧୀର ଦାୟୀ ବୋଲି ଟିଏମସି ସୂତ୍ରରୁ ଜଣାପଡ଼ିଛି। କୁହାଯାଉଛି ଯେ ପଶ୍ଚିମବଙ୍ଗରେ ଆସନ ବୁଝାମଣା ଦିଗରେ କୌଣସି ନିଷ୍କର୍ସରେ ପହଞ୍ଚିବାପାଇଁ କଂଗ୍ରେସ ଚୌଧୁରୀଙ୍କ ସହ କଥା ହେବାଟ ଉଚିତ। ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିବା କଥାରେ ଟିଏମସି ଅସନ୍ତୁଷ୍ଟ। ଇତି ମଧ୍ୟରେ ଚୌଧୁରୀ କହିଛନ୍ତି, ଯଦି କଂଗ୍ରେସ ଏବଂ ଟିଏମସି ଏକାଠି ନିର୍ବାଚନ ନଲଢ଼ନ୍ତି ତେବେ ସଂଖ୍ୟାଲଘୁ ସମ୍ପ୍ରଦାୟ ମମତାଙ୍କ ନେତୃତ୍ବାଧୀନ ଦଳକୁ ଭୋଟ୍ ଦେବେନି। ଟିଏମସି ଏଯାବତ ଦ୍ବନ୍ଦ୍ବରେ ରହିଛି। କଂଗ୍ରେସ ସହ ମେଣ୍ଟ ହବା ସଂକ୍ରାନ୍ତରେ ମମତା ଏପର୍ଯ୍ୟନ୍ତ ହଁ କି ନାଁ କିଛି କହିନାହାନ୍ତି। ଟିଏମସିର କିଛି ଅଂଶ କଂଗ୍ରେସ ସହ ମେଣ୍ଟ ଜାରି ରଖିବା ଚାହାନ୍ତି। ଅନ୍ୟ ଏକ ଅଂଶ କହିଛନ୍ତି, ଯଦି ପଶ୍ଚିମବଙ୍ଗରେ କଂଗ୍ରେସ ସହ ମେଣ୍ଟକୁ ଅଧିକ ଗୁରୁତ୍ବ ଦିଆଯାଏ ତେବେ ମୋଦୀ ସରକାର ସେମାନଙ୍କ ବିରୋଧରେ ଇଡି ଏବଂ ସିବିଆଇ ବ୍ୟବହାର କରିବେ। ଇତି ମଧ୍ୟରେ ଟିଏମସି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ପାଇଁ କଥାବାର୍ତ୍ତା କରିବାକୁ ରାଜି ଅଛି।

Tags: