ପଶ୍ଚିମବଙ୍ଗରେ ହିଂସା ଜାରି, ହୁଗୁଳିରେ ୧୪୪ , ଇଣ୍ଟରନେଟ୍ ସେବା ବନ୍ଦ
ନୂଆଦିଲ୍ଲୀ, ୩/୪ : ପଶ୍ଚିମବଙ୍ଗରେ ଲଗାତାର ୪ ଦିନ ଧରି ରାମ ନବମୀ ହିଂସା ଜାରି ରହିଛି। ରବିବାର ସନ୍ଧ୍ୟାରେ ହୁଗୁଳି ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ସମୟରେ ପୁଣି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ବିଶୃଙ୍ଖଳ ଜନତା ପରସ୍ପରକୁ ପଥର ମାଡ଼ କରିଥିଲେ ଏବଂ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ବିଜେପି ବିଧାୟକ ବିମନ ଘୋଷ ଏହି ଶୋଭାଯାତ୍ରାରେ ସାମିଲ ଥିଲେ। ତେବେ ୨ ଗୋଷ୍ଠୀର ସଂଘର୍ଷ ଯୋଗୁଁ ସେ ଆହତ ହୋଇଛନ୍ତି। […]
ନୂଆଦିଲ୍ଲୀ, ୩/୪ : ପଶ୍ଚିମବଙ୍ଗରେ ଲଗାତାର ୪ ଦିନ ଧରି ରାମ ନବମୀ ହିଂସା ଜାରି ରହିଛି। ରବିବାର ସନ୍ଧ୍ୟାରେ ହୁଗୁଳି ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ସମୟରେ ପୁଣି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ବିଶୃଙ୍ଖଳ ଜନତା ପରସ୍ପରକୁ ପଥର ମାଡ଼ କରିଥିଲେ ଏବଂ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ବିଜେପି ବିଧାୟକ ବିମନ ଘୋଷ ଏହି ଶୋଭାଯାତ୍ରାରେ ସାମିଲ ଥିଲେ। ତେବେ ୨ ଗୋଷ୍ଠୀର ସଂଘର୍ଷ ଯୋଗୁଁ ସେ ଆହତ ହୋଇଛନ୍ତି। ଉକ୍ତ ଘଟଣାରେ ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ହୁଗୁଳିରେ ସୋମବାର ରାତି ୧୦ଟା ପର୍ଯ୍ୟନ୍ତ ଧାରା ୧୪୪ ଜାରି ହୋଇଛି ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରବିବାର ସନ୍ଧ୍ୟାରେ ରିଶ୍ରା ଥାନା ଅଧୀନରେ ବିଜେପି, ବିଶ୍ବ ହିନ୍ଦୁ ପରିଷଦ ଏବଂ ଅନ୍ୟ ହିନ୍ଦୁ ସଂଗଠନ ଦ୍ବାରା ୨ଟି ରାମ ନବମୀ ଶୋଭାଯାତ୍ରା କରାଯାଇଥିଲା। ଦ୍ବିତୀୟ ଶୋଭାଯାତ୍ରା ଉପରେ ୱେଲିଙ୍ଗଟନ ନିକଟରେ ଆକ୍ରମଣ ହୋଇଥିଲା। ବିଜେପି ଉପସଭାପତି ଦିଲୀପ ଘୋଷ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ଥିଲେ। ଦିଲୀପ ଘୋଷ କହିଛନ୍ତି, ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଜଗନ୍ନାଥ ମନ୍ଦିର ଅଭିମୁଖେ ଚାଲିଚାଲି ଯାଉଥିବାବେଳେ ସେମାନଙ୍କ ଉପରକୁ ପଥର ମାଡ଼ ହୋଇଥିଲା। କିଛି ଲୋକ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।




