ପଶ୍ଚିମବଙ୍ଗରେ ରାହୁଲଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗ
ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗାଡ଼ି ଉପରେ ଆଜି ଆକ୍ରମଣ ଅଭିଯୋଗ ହୋଇଛି। ରାହୁଲଙ୍କ ନେତୃତ୍ୱରେ ବିହାରରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ଆଜି ଅଘଟଣ ଘଟିଛି। ରାଲି ବେଳେ ତାଙ୍କ କାର୍ର କାଚ ଭାଙ୍ଗିଯାଇଛି। କଟିହାରର ଡିଏସ୍ କଲେଜ ନିକଟରେ ଗାଡ଼ି ଚାରିପଟେ ପ୍ରବଳ ଭିଡ଼ ହେବା ସହ ସମର୍ଥକମାନେ କାର୍ ଉପରେ ଚଢ଼ିଯିବାରୁ ପଛ କାଚ ଭାଙ୍ଗି ଯାଇଥିଲା। ରାହୁଲ ଗାନ୍ଧି ସେହି କାର୍ରେ ଯାତ୍ରା ଜାରି ରଖିଥିଲେ। ଅପରପକ୍ଷେ […]
ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗାଡ଼ି ଉପରେ ଆଜି ଆକ୍ରମଣ ଅଭିଯୋଗ ହୋଇଛି। ରାହୁଲଙ୍କ ନେତୃତ୍ୱରେ ବିହାରରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ଆଜି ଅଘଟଣ ଘଟିଛି। ରାଲି ବେଳେ ତାଙ୍କ କାର୍ର କାଚ ଭାଙ୍ଗିଯାଇଛି। କଟିହାରର ଡିଏସ୍ କଲେଜ ନିକଟରେ ଗାଡ଼ି ଚାରିପଟେ ପ୍ରବଳ ଭିଡ଼ ହେବା ସହ ସମର୍ଥକମାନେ କାର୍ ଉପରେ ଚଢ଼ିଯିବାରୁ ପଛ କାଚ ଭାଙ୍ଗି ଯାଇଥିଲା। ରାହୁଲ ଗାନ୍ଧି ସେହି କାର୍ରେ ଯାତ୍ରା ଜାରି ରଖିଥିଲେ। ଅପରପକ୍ଷେ କଟିହାରଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ପଶ୍ଚିମବଙ୍ଗର ମାଲଦାରେ ପ୍ରବେଶ କରିବା ପରେ ରାହୁଲ ଗାନ୍ଧିଙ୍କ କାର୍ ଉପରକୁ ପଥର ମାଡ଼ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ମାଲଦାର ହରିଶ୍ଚନ୍ଦ୍ରପୁର ଅଞ୍ଚଳରେ କିଛି ଅଜଣା ବ୍ୟକ୍ତି ରାହୁଲ ଗାନ୍ଧିଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିଛନ୍ତି। ଏଥିରେ ଗାଡ଼ିର ପଛ ଝରକା କାଚ ଭାଙ୍ଗି ଯାଇଛି। ଏହାକୁ ନେଇ କଂଗ୍ରେସ ଓ ଟିଏମ୍ସି ମୁହାଁମୁହିଁ ହୋଇଛନ୍ତି। ଟିଏମ୍ସିକୁ ବଦନାମ କରିବା ପାଇଁ କଂଗ୍ରେସର ଏହା ଏକ ଷଡ଼ଯନ୍ତ୍ର ବୋଲି ମମତା କହିଛନ୍ତି।




