ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ଜଣଙ୍କ ମୃତ୍ୟୁ, ୩୦ ଆହତ
କୋଲକାତା: ପଶ୍ଚିମବଙ୍ଗର ପୂର୍ବ ବର୍ଧମାନ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ପୂର୍ବ ବର୍ଧମାନର ଫଗୁପୁର ନିକଟରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଏହି ଦୁର୍ଘଟଣା ହୋଇଛି। ସେମାନେ ଯାତ୍ରା କରୁଥିବା ବସ୍ଟି ଏକ ଟ୍ରକ୍ ଉପରକୁ ମାଡ଼ିଯିବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ଅନୁଯାୟୀ ମୃତକମାନେ ହେଉଛନ୍ତି ବିହାରର। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। […]
କୋଲକାତା: ପଶ୍ଚିମବଙ୍ଗର ପୂର୍ବ ବର୍ଧମାନ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ପୂର୍ବ ବର୍ଧମାନର ଫଗୁପୁର ନିକଟରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଏହି ଦୁର୍ଘଟଣା ହୋଇଛି। ସେମାନେ ଯାତ୍ରା କରୁଥିବା ବସ୍ଟି ଏକ ଟ୍ରକ୍ ଉପରକୁ ମାଡ଼ିଯିବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ଅନୁଯାୟୀ ମୃତକମାନେ ହେଉଛନ୍ତି ବିହାରର। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ସେମାନେ ତୀର୍ଥଯାତ୍ରା ପାଇଁ ଗଙ୍ଗା ସାଗର ଏବଂ ଅନ୍ୟ କିଛି ସ୍ଥାନ ବୁଲିବାକୁ ଆସିଥିଲେ। ବିହାର ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇ ସେମାନଙ୍କର ମୃତ୍ୟୁ ହୋଇଛି। ୩୫ ଆହତଙ୍କୁ ବର୍ଧମାନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।




