ପଶ୍ଚିମବଙ୍ଗରେ ମଣିପୁର ଘଟଣା , ୨ ମହିଳାଙ୍କୁ ମାଡ଼ ମାରି ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇଲେ

କୋଲକାତା : ପଶ୍ଚିମବଙ୍ଗ‌ରେ ମଣିପୁର ଘଟଣା ଘଟିଛି। ପଶ୍ଚିମବଙ୍ଗର ମାଲଦାରେ ୨ ଜଣ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବାପରେ ସେମାନଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡି୍ରା ପ୍ଲାଟଫର୍ମ‌ରେ ଭାଇରାଲ୍‌ ହେଉଛି। ମିଳିଥିବା ସୂଚନାନୁଯାୟୀ ଘଟଣାଟି ଗତ ୩ କିମ୍ବା ୪ ଦିନ ପୂର୍ବେ ଘଟିଛି। ମାଲଦାର ପକୁଆହାଟର କିଛି ସ୍ଥାନୀୟ ଲୋକ ଉକ୍ତ ୨ ମହିଳାଙ୍କୁ ଚୋର ସନ୍ଦେହ କରି ଧରିଥିଲେ ଏବଂ ସେମାନଙ୍କୁ ମାରଧର କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ […]

Samaya Live Picture
Published On

କୋଲକାତା : ପଶ୍ଚିମବଙ୍ଗ‌ରେ ମଣିପୁର ଘଟଣା ଘଟିଛି। ପଶ୍ଚିମବଙ୍ଗର ମାଲଦାରେ ୨ ଜଣ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବାପରେ ସେମାନଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡି୍ରା ପ୍ଲାଟଫର୍ମ‌ରେ ଭାଇରାଲ୍‌ ହେଉଛି। ମିଳିଥିବା ସୂଚନାନୁଯାୟୀ ଘଟଣାଟି ଗତ ୩ କିମ୍ବା ୪ ଦିନ ପୂର୍ବେ ଘଟିଛି। ମାଲଦାର ପକୁଆହାଟର କିଛି ସ୍ଥାନୀୟ ଲୋକ ଉକ୍ତ ୨ ମହିଳାଙ୍କୁ ଚୋର ସନ୍ଦେହ କରି ଧରିଥିଲେ ଏବଂ ସେମାନଙ୍କୁ ମାରଧର କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ ଅନେକ ମହିଳା ଉକପ୍ତ ୨ ମହିଳାଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି। ତେବେ ପଶ୍ଚିମବଙ୍ଗ ପୁଲିସରେ ଏନେଇ କୌଣସି ଅଭିଯୋଗ ଦାଏର ହୋଇନାହିଁ। ପୁଲିସ ଅନୁଯାୟୀ ଭିଡିଓ ଦେଖି ସେମାନେ ଏହି ଘଟଣା ସଂକ୍ରାନ୍ତରେ ଜାଣିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୨ ଜଣ ମହିଳା ଚୋରି କରିବାବେଳେ ଧରା ପଡ଼ିଥିଲେ। ଘଟଣା ପରେ ଉକ୍ତ ୨ ମହିଳାଙ୍କୁ ମାଡ଼ ମାରିଥିବା ମହିଳାମାନେ ସ୍ଥାନ ଛାଡ଼ି ପଳାଇଥିଲେ। ଉକ୍ତ ଘଟଣାକୁ ନେଇ ବିଜେପି ଏବଂ ଟିଏମ୍‌ସି ମୁହାଁମୁହିଁ ହୋଇଛନ୍ତି। ବିଜେପି ନେତ୍ରୀ ଲକେଟ୍‌ ଚାଟାର୍ଜୀ ଗତକାଲି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ କାନ୍ଦି ପକାଇଥିଲେ।

Tags: