ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ବର୍ଦ୍ଧମାନ: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଶକ୍ତିଗଡ଼ରେ କିଛି ଦୁର୍ବୃର୍ତ୍ତ ବିଜେପି ନେତା ରାଜୁ ଝା’ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ରାଜୁ ବେଆଇନ କୋଇଲା ବ୍ୟବସାୟ କରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ଶନିବାର ସନ୍ଧ୍ୟା ବେଳେ ରାଜୁ ଓ ତାଙ୍କ ବନ୍ଧୁମାନେ କୋଲ୍‌କାତା ଅଭିମୁଖେ ଯାଉଥିବା ବ‌େଳେ ଶକ୍ତିଗଡ଼ଠାରେ ଅଟକିଥିଲେ। ରାଜପଥ କଡ଼ରେ ତାଙ୍କ କାର୍‌ ଠିଆ ହୋଇଥିବା ବ‌େଳେ ଆଉ ଗୋଟାଏ […]

Samaya Live Picture
Published On

ବର୍ଦ୍ଧମାନ: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଶକ୍ତିଗଡ଼ରେ କିଛି ଦୁର୍ବୃର୍ତ୍ତ ବିଜେପି ନେତା ରାଜୁ ଝା’ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ରାଜୁ ବେଆଇନ କୋଇଲା ବ୍ୟବସାୟ କରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ଶନିବାର ସନ୍ଧ୍ୟା ବେଳେ ରାଜୁ ଓ ତାଙ୍କ ବନ୍ଧୁମାନେ କୋଲ୍‌କାତା ଅଭିମୁଖେ ଯାଉଥିବା ବ‌େଳେ ଶକ୍ତିଗଡ଼ଠାରେ ଅଟକିଥିଲେ। ରାଜପଥ କଡ଼ରେ ତାଙ୍କ କାର୍‌ ଠିଆ ହୋଇଥିବା ବ‌େଳେ ଆଉ ଗୋଟାଏ କାର୍‌ରେ କିଛି ଦୁର୍ବୃର୍ତ୍ତ ସେଠାରେ ପହଞ୍ଚି ରାଜୁ ଓ ତାଙ୍କ ବନ୍ଧୁମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ରାଜୁଙ୍କର ମୃତ୍ୟୁ ଘଟିଥିବା ବ‌େଳେ ତାଙ୍କର ବନ୍ଧୁମାନେ ଆହତ ହୋଇଛନ୍ତି। ଝା’ଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ, ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆହତମାନେ ଏବେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ପୋଲିସ କହିଛି। ପୋଲିସ ରାଜୁଙ୍କ ଡ୍ରାଇଭରର ବୟାନ ରେକର୍ଡ କରିଛି। ଦୁର୍ବୃର୍ତ୍ତମାନଙ୍କୁ ଧରିବା ପାଇଁ ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଜିଲ୍ଲା ପୁଲିସ ମୁଖ୍ୟ କାମନାଶିଷ ସେନ୍‌ କହିଛନ୍ତି।

Tags: