ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ହତ୍ୟା ପରେ ତୀବ୍ର ଉତ୍ତେଜନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଜଣେ ମହିଳା ବିଜେପି କର୍ମୀଙ୍କୁ ହତ୍ୟା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ମୃତ ବିଜେପି କର୍ମୀଙ୍କ ନାଁ ରଥିରାଣୀ ଅରି ଏବଂ ବୟସ ୩୮। ଏହି ହତ୍ୟା ପଛରେ ଟିଏମ୍ସିର ହାତ ଅଛି ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଏବଂ ସେମାନେ ଆଜି ରାସ୍ତା ଅବରୋଧ କରି ଏହି ଘଟଣାର ତୀବ୍ର ବିରୋଧ କରିଛନ୍ତି। ବିଜେପି କର୍ମୀଙ୍କ ହତ୍ୟା ଘଟଣା ପାଇଁ ବିଜେପି ଆଜି ନନ୍ଦିଗ୍ରାମରେ ବନ୍ଦ ଡାକରା ଦେଇଥିଲା। […]

Samaya Live Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଜଣେ ମହିଳା ବିଜେପି କର୍ମୀଙ୍କୁ ହତ୍ୟା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ମୃତ ବିଜେପି କର୍ମୀଙ୍କ ନାଁ ରଥିରାଣୀ ଅରି ଏବଂ ବୟସ ୩୮। ଏହି ହତ୍ୟା ପଛରେ ଟିଏମ୍ସିର ହାତ ଅଛି ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଏବଂ ସେମାନେ ଆଜି ରାସ୍ତା ଅବରୋଧ କରି ଏହି ଘଟଣାର ତୀବ୍ର ବିରୋଧ କରିଛନ୍ତି। ବିଜେପି କର୍ମୀଙ୍କ ହତ୍ୟା ଘଟଣା ପାଇଁ ବିଜେପି ଆଜି ନନ୍ଦିଗ୍ରାମରେ ବନ୍ଦ ଡାକରା ଦେଇଥିଲା। କିନ୍ତୁ ପରେ ଏହି ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିନିଆଯାଇଥିଲା। ପୁଲିସ ଅନୁଯାୟୀ ବିଜେପି କର୍ମୀ ଅରି ଏବଂ ଅନ୍ୟମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ଆସି ଆକ୍ରମଣ କରିଥିଲେ। ଫଳରେ ଅରିଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟମାନେ ଆହତ ହୋଇଛନ୍ତି। ବିଜେପିର ଜିଲ୍ଲା ସାଧାରଣ ସଚିବ ମେଘନାଧ ପୌଲ୍ କହିଛନ୍ତି, ଅରି ଏବଂ ଅନ୍ୟ କର୍ମୀମାନଙ୍କୁ ଗତକାଲି ରାତିରେ ଏକ ସ୍ଥାନୀୟ ଭୋଟିଂ ବୁଥ୍ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଟିଏମ୍ସି ସମର୍ଥିତ ଗୁଣ୍ଡାମାନେ ତାଙ୍କୁ ହତ୍ୟା କରିଛନ୍ତି। ଅନ୍ୟ ୭ ଜଣ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ଚିକିତ୍ସା ପାଇଁ କୋଲକାତା ହସ୍ପିଟାଲ ପଠାଇ ଦିଆଯାଇଛି।

Tags: