ପଶ୍ଚିମବଙ୍ଗରେ ବିଜେପିର ୧୫ ଜଣିଆ ନିର୍ବାଚନ କମିଟିରେ ଶାହ, ନଡ୍ଡା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ବିଜେପି ବିଭାଗ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠନ କରିଛନ୍ତି। କମିଟିର କୋର୍ ସଦସ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ଅନ୍ୟ ନେତାମାନେ ଅଛନ୍ତି। ଉକ୍ତ କମିଟି କୋଲକାତାରେ ଏକ ବୈଠକ କରି ଆଗାମୀ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା୍ କରିଛନ୍ତି। ଶାହ ଏବଂ ନଡ୍ଡା ଆଜି କୋଲକାତାରେ ପହଞ୍ଚିବାପରେ ସେମାନଙ୍କୁ ବିମାନବନ୍ଦରରେ […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ବିଜେପି ବିଭାଗ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠନ କରିଛନ୍ତି। କମିଟିର କୋର୍ ସଦସ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ଅନ୍ୟ ନେତାମାନେ ଅଛନ୍ତି। ଉକ୍ତ କମିଟି କୋଲକାତାରେ ଏକ ବୈଠକ କରି ଆଗାମୀ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା୍ କରିଛନ୍ତି। ଶାହ ଏବଂ ନଡ୍ଡା ଆଜି କୋଲକାତାରେ ପହଞ୍ଚିବାପରେ ସେମାନଙ୍କୁ ବିମାନବନ୍ଦରରେ ଦଳୀୟ ସଦସ୍ୟମାନେ ସ୍ବାଗତ କରିଛନ୍ତି। କମିଟିର କୋର୍ ସଦସ୍ୟମାନେ ହେଉଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ମୁଖ୍ୟ ଜେପି ନଡ୍ଡା, ରାଜ୍ୟ ଦଳୀୟ ମୁଖ୍ୟ ସୁକାନ୍ତ ମଜୁମଦାର, ସାଂସଦ ଦିଲୀପ ଘୋଷ, ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ, ରାହୁଲ ସିହ୍ନା, ଅମିତାଭ ଚକ୍ରବର୍ତ୍ତି. ସତିଶ ଧାନ୍ଦ, ମଙ୍ଗଲ ପାଣ୍ଡେ ଏବଂ ଆଶା ଲୋକ୍ରାଲ। କମିଟିରେ ମଧ୍ୟ ସାଂସଦ ଲକେଟ ଚାଟାର୍ଜୀ, ଆସାନସଲ ଦକ୍ଷିଣର ବିଧାୟକ ଅଗ୍ନିମିତ୍ର ପୌଲ, ଜଗନ୍ନାଥ ଚାଟାର୍ଜୀ, ଜତ୍ରିମୟ ସିଂହ ମହତ ଏବଂ ଦୀପକ ବର୍ମଣଙ୍କ ସମେତ ୫ ଜଣ ସାଧାରଣ ସଚିବ ଅଛନ୍ତି।

Tags: