ପଶ୍ଚିମବଙ୍ଗରେ ବଜ୍ରାଘାତ ହୋଇ ୧୪ ଜଣଙ୍କ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗରେ ବଜ୍ରାଘାତ ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୫ଟି ଚିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୁର୍ଶିଦାବାଦରେ ୨ ଜଣଙ୍କର ଏବଂ ଉତ୍ତର ୨୪ ପ୍ରଗଣାରେ ୨ ଜଣଙ୍କର ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଛି। ସେହିପରି ପଶ୍ଚିମ ମେଦିନାପୁର ଏବଂ ହାୱଡ଼ା ଗ୍ରାମୀଣ ଜିଲ୍ଲାରୁ ୩ଟି ଲେଖାଏ ବଜ୍ରାଘାତ ଜନିତ ମୃତ୍ୟୁ ହୋଇଛି। ବଜ୍ରାଘାତ ଯୋଗୁଁ ପ୍ରାଣ ହାରିଥିବା ଅଧିକାଂଶ ବ୍ୟକ୍ତି ହେଉଛନ୍ତି କୃଷକ। […]

Samaya Live Picture
Published On

କୋଲକାତା: ପଶ୍ଚିମବଙ୍ଗରେ ବଜ୍ରାଘାତ ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୫ଟି ଚିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୁର୍ଶିଦାବାଦରେ ୨ ଜଣଙ୍କର ଏବଂ ଉତ୍ତର ୨୪ ପ୍ରଗଣାରେ ୨ ଜଣଙ୍କର ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଛି। ସେହିପରି ପଶ୍ଚିମ ମେଦିନାପୁର ଏବଂ ହାୱଡ଼ା ଗ୍ରାମୀଣ ଜିଲ୍ଲାରୁ ୩ଟି ଲେଖାଏ ବଜ୍ରାଘାତ ଜନିତ ମୃତ୍ୟୁ ହୋଇଛି। ବଜ୍ରାଘାତ ଯୋଗୁଁ ପ୍ରାଣ ହାରିଥିବା ଅଧିକାଂଶ ବ୍ୟକ୍ତି ହେଉଛନ୍ତି କୃଷକ। ସେମାନେ କୃଷି କ୍ଷେତରେ କାମ କରୁଥିବାବେଳେ ବଜ୍ରାଘାତର ଶିକାର ହୋଇଛି। କୋଲକାତା, ହାୱଡ଼ା, ଉତ୍ତର ୨୪ ପ୍ରଗଣା, ପୂର୍ବ ବର୍ଦ୍ଧମାନ ଏବଂ ମୁର୍ଶିଦାବାଦରେ ଗୁରୁବାର ସନ୍ଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।

Tags: