ପଶ୍ଚିମବଙ୍ଗରେ ତେଜିଲା ନିର୍ବାଚନୀ ହିଂସା, ଟିଏମ୍ସି କର୍ମୀଙ୍କୁ ଗୁଳି କରି ହତ୍ୟା
କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ତେଜିଛି। କୁଚବିହାରରେ ଆଭ୍ୟନ୍ତରୀଣ ସଂଘର୍ଷ ପାଇଁ ପୁଣି ଜଣେ ଟିଏମ୍ସି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଉ ୫ ଜଣ ଉକ୍ତ ଘଟଣାରେ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟରେ ରାଜନୈତିକ ହିଂସା ପାଇଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ହାଇ ଭୋଲ୍ଟେଜ ପ୍ରଚାର ଚାଲିଥିବାବେଳେ ହିଂସା ଉପୁଜିଛି। ଟିଏମ୍ସି ପ୍ରାର୍ଥୀମାନେ […]
କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ତେଜିଛି। କୁଚବିହାରରେ ଆଭ୍ୟନ୍ତରୀଣ ସଂଘର୍ଷ ପାଇଁ ପୁଣି ଜଣେ ଟିଏମ୍ସି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଉ ୫ ଜଣ ଉକ୍ତ ଘଟଣାରେ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟରେ ରାଜନୈତିକ ହିଂସା ପାଇଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ହାଇ ଭୋଲ୍ଟେଜ ପ୍ରଚାର ଚାଲିଥିବାବେଳେ ହିଂସା ଉପୁଜିଛି। ଟିଏମ୍ସି ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିବାବେଳେ ସେମାନଙ୍କ ଉପରେ କିଛି ଗୋଷ୍ଠୀ ଆକ୍ରମଣ କରିଥିଲେ। ଏହା ପରେ ହିଂସା ଉପୁଜିଥିଲା। ଫଳରେ ଜଣେ ଟିଏମ୍ସି କର୍ମୀଙ୍କ ମୃତ୍ୟୁ ହୋଇଯାଇଛି। କୁଚ ବିହାର, ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା, ମୁୂର୍ଶିଦାବାଦ, ବୀରଭୂମ, ପୂର୍ବ ମେଦିନାପୁର ଏବଂ ପୂର୍ବ ବର୍ଦ୍ଧମାନ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ହିଂସା ଉପୁଜିଛି।




