ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ନାହିଁ : ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ନାହିଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ସୋମବାର ଦିନ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କୋଲକାତା ଗସ୍ତରେ ଥିଲେ। ନିକଟରେ କୋଲକାତାରେ ହୋଇଥିବା ହିଂସା ପ୍ରସଙ୍ଗରେ ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ ଏହାର ଉତ୍ତର ଦେଇ କହିଛନ୍ତି, ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ନାହିଁ ବୋଲି ମୁଁ ଅନୁଭବ କରୁଛି। ତେବେ ଏ ବିଷୟରେ ଅଧିକ […]
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ନାହିଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ସୋମବାର ଦିନ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କୋଲକାତା ଗସ୍ତରେ ଥିଲେ। ନିକଟରେ କୋଲକାତାରେ ହୋଇଥିବା ହିଂସା ପ୍ରସଙ୍ଗରେ ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ ଏହାର ଉତ୍ତର ଦେଇ କହିଛନ୍ତି, ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ନାହିଁ ବୋଲି ମୁଁ ଅନୁଭବ କରୁଛି। ତେବେ ଏ ବିଷୟରେ ଅଧିକ ଅନୁଧ୍ୟାନ ନକରିବା ପର୍ଯ୍ୟନ୍ତ ମୁଁ ବେଶୀ କିଛି କହିପାରିବିନି ବୋଲି ମେଘୱାଲ କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସାକ୍ଷାତ ସଂକ୍ରାନ୍ତରେ ମନ୍ତ୍ରୀ ମେଘୱାଲ କହିଛନ୍ତି, କେଜ୍ରିୱାଲ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କ ସମର୍ଥନ ଲୋଡ଼ୁଛନ୍ତି। କିନ୍ତୁ ସରକାର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଅଧ୍ୟାଦେଶ ଆଣିଛନ୍ତି। ଯିଏ କ୍ଷମତାରେ ରହିବ ସିଏ ଅଧ୍ୟାଦେଶ ଆଣିପାରିବ ଏବଂ ଆମେ ତାହା କରିଛୁ।




