ପଶ୍ଚିମବଙ୍ଗରୁ ମିଳିଲା ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ଶରୀର; ନେପାଳ ସୀମାରୁ ମୁଖ୍ୟ ଅଭିଯୁକ୍ତ ଗିରଫ
କୋଲକାତା: ପଶ୍ଚିମବଙ୍ଗର ଅଲିପୁରଦ୍ବାର ଜିଲ୍ଲାରେ ମଙ୍ଗଳବାର ଜଣେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମରଶରୀର ମିଳିଛି। ପୁଲିସ ସନ୍ଦେହ କରୁଛି ଯେ ନାବାଳିକାଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଛି ଏବଂ ତା’ ପରେ ହତ୍ୟା କରାଯାଇଛି। ମୃତ ନାବାଳିକା ଅକ୍ଟୋବର ୧୫ ତାରିଖରୁ ନିଖୋଜ ଥିଲେ। ମଙ୍ଗଳବାର ଦିନ ଜଇଗାଓଁ ନିକଟରୁ ନାବାଳିକାଙ୍କ ମୃତଦେହ ମିଳିଲା। ଏହି ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ମାମଲାରେ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଭାରତ-ନେପାଳ ସୀମାରୁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବବ୍ଲୁ ମିଆଁ […]
କୋଲକାତା: ପଶ୍ଚିମବଙ୍ଗର ଅଲିପୁରଦ୍ବାର ଜିଲ୍ଲାରେ ମଙ୍ଗଳବାର ଜଣେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମରଶରୀର ମିଳିଛି। ପୁଲିସ ସନ୍ଦେହ କରୁଛି ଯେ ନାବାଳିକାଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଛି ଏବଂ ତା’ ପରେ ହତ୍ୟା କରାଯାଇଛି। ମୃତ ନାବାଳିକା ଅକ୍ଟୋବର ୧୫ ତାରିଖରୁ ନିଖୋଜ ଥିଲେ। ମଙ୍ଗଳବାର ଦିନ ଜଇଗାଓଁ ନିକଟରୁ ନାବାଳିକାଙ୍କ ମୃତଦେହ ମିଳିଲା। ଏହି ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ମାମଲାରେ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଭାରତ-ନେପାଳ ସୀମାରୁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବବ୍ଲୁ ମିଆଁ ନିଜ ଅପରାଧ ସ୍ବୀକାର କରିଛି। ଅଲିପୁରଦ୍ବାର ବରିଷ୍ଠ ପୁଲିସ ଅଫିସର ୱାଇ ରଘୁବଂଶୀ କହିଛନ୍ତି, ଏହି ମାମଲାରେ ଆମେ ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରୁ ସମର୍ଥନ ପାଉଛୁ। ପୀଡ଼ିତା ନାବାଳିକାଙ୍କ ପରିବାର ସଦସ୍ୟ ଅକ୍ଟୋବର ୧୫ ତାରିଖରେ ନାବାଳିକା ନିଖୋଜ ହୋଇଥିବା ନେଇ ଏତଲା ଦାଏର କରିଥିଲେ। ନାବାଳିକାଙ୍କ ପରିବାର ସଦସ୍ୟ ବବ୍ଲୁ ମିଆଁ ବିରୋଧରେ ଅଭିଯୋଗ କରିଥିଲେ। ଚଉମିନ୍ କଣିଦେବାର ଲୋଭ ଦେଖାଇ ସେ ନାବାଳିକାଙ୍କୁ ଜଇଗାଓଁ ବସ୍ ଷ୍ଟାଣ୍ଡ୍ ନେଇଥିଲା। କିନ୍ତୁ ନାବାଳିକା ଆଉ ଘରକୁ ଫେରିନଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କଲା। କିନ୍ତୁ ଅଭିଯୁକ୍ତ କୌଣସି ମୋବାଇଲ୍ ବ୍ୟବହାର କରୁନଥିବାରୁ ପୁଲିସ ତା’ ନିକଟରେ ପହଞ୍ଚିବା କଷ୍ଟଦାୟକ ହୋଇ ପଡ଼ିଥିଲା। ବହୁ ଖୋଜାଖୋଜି କରିବାପରେ ଶେଷରେ ବବ୍ଲୁ ମିଆଁକୁ ନେପାଳ ସୀମାରୁ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତ ବବ୍ଲୁ ମିଆଁ ନିଜର ଦୋଷ ସ୍ବୀକାର କଲା ଏବଂ ଏହି ଘଟଣାରେ ଅନ୍ୟ ୨ ଜଣଙ୍କର ସମ୍ପ୍ୟୃକ୍ତି ଥିବା କହିଥିଲା।




