ପର୍ନ ସାଇଟ୍‌ ମାଧ୍ୟମରେ ଆକାଉଣ୍ଟ ଖାଲି କରିଦେଉଥିଲେ, ୬ ଗିରଫ

ଜୟପୁର: ପର୍ନ ସାଇଟ୍‌ ଜରିଆରେ ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଉଥିବା ସାଇବର ଅପରାଧୀଙ୍କ ଏକ ଗ୍ୟାଙ୍ଗକୁ ରାଜସ୍ଥାନ ପୁଲିସ୍‌ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ୬ଜଣ ଗିରଫ ହୋଇଛନ୍ତି। ପୁଲିସ୍‌ ସେମାନଙ୍କ ନିକଟରୁ କଂପ୍ୟୁଟର, ୧୦ଟି ମୋବାଇଲ୍‌, ୧୪ଟି ସିମ୍‌ କାର୍ଡ, ଗୋଟିଏ ଚେକ୍‌ ବୁକ୍‌, ୫ଟି ଏଟିଏମ୍‌ କାର୍ଡ ଓ ଅନ୍ୟ ଯାନ୍ତ୍ରପାତି ସହ ୧୯.୬୦ ଲକ୍ଷ ଟଙ୍କା ନଗଦ ଜବତ କରିଛି। ବଂଶବାଡ଼ା ଜିଲ୍ଲାର ନୟନ ପଟିଦାର (୧୮) ଦ୍ବାରା […]

Samaya Live Picture
Published On

ଜୟପୁର: ପର୍ନ ସାଇଟ୍‌ ଜରିଆରେ ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଉଥିବା ସାଇବର ଅପରାଧୀଙ୍କ ଏକ ଗ୍ୟାଙ୍ଗକୁ ରାଜସ୍ଥାନ ପୁଲିସ୍‌ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ୬ଜଣ ଗିରଫ ହୋଇଛନ୍ତି। ପୁଲିସ୍‌ ସେମାନଙ୍କ ନିକଟରୁ କଂପ୍ୟୁଟର, ୧୦ଟି ମୋବାଇଲ୍‌, ୧୪ଟି ସିମ୍‌ କାର୍ଡ, ଗୋଟିଏ ଚେକ୍‌ ବୁକ୍‌, ୫ଟି ଏଟିଏମ୍‌ କାର୍ଡ ଓ ଅନ୍ୟ ଯାନ୍ତ୍ରପାତି ସହ ୧୯.୬୦ ଲକ୍ଷ ଟଙ୍କା ନଗଦ ଜବତ କରିଛି। ବଂଶବାଡ଼ା ଜିଲ୍ଲାର ନୟନ ପଟିଦାର (୧୮) ଦ୍ବାରା ଏହି ଗ୍ୟାଙ୍ଗ୍‌ ପରିଚାଳିତ ହେଉଥିଲା। ଏହି ଗ୍ୟାଙ୍ଗ୍‌ ଏକ ପର୍ନ ସାଇଟ୍‌ ବିକଶିତ କରିଥିଲେ। ଏଥିରେ ଅଶ୍ଲୀଳ ଭିଡ଼ିଓ ଦେଖିବା ନିମନ୍ତେ ଅର୍ଥ ଦେବା ପାଇଁ ଲୋକଙ୍କୁ ପ୍ରଲୋଭିତ କରୁଥିଲେ। ଲୋକମାନେ ଲିଙ୍କ୍‌ରେ ଟଙ୍କା ପଠାଇବା ପରେ ସେମାନେ ଲୋକଙ୍କ ଜମାଖାତାରୁ ବଳକା ଟଙ୍କା ଖାଲି କରି ନେଉଥିଲେ। ନିକଟରେ ମୁଖ୍ୟ ଅଭିଯୁକ୍ତ ନୟନ ନିକଟରେ ଲକ୍ଷାଧିକ ଟଙ୍କାର ଏକ ଟ୍ରାକ୍ଟର କିଣି ନିଜର ବାପାଙ୍କୁ ଉପହାର ଦେଇଥିଲା। ଜାନୁଆରି ୧୦ ତାରିଖରେ ପ୍ରଥମେ ନୟନକୁ ଗିରଫ କରାଯାଇଥିଲା। ପଚରାଉଚରାରେ ପୁଲିସ ଚଢ଼ଉ କରି ଅନ୍ୟ ୬ ସହଯୋଗୀଙ୍କୁ ଗିରଫ କରିଛି ବୋଲି ବଂଶବାଡ଼ାର ଏସ୍‌ପି ହର୍ଷ ଭି ଅଗ୍ରୱାଲ୍‌ କହିଛନ୍ତି।

Tags: