ପରୀକ୍ଷା ଫଳ ଆସିବାର ୪୮ ଘଣ୍ଟା ମଧ୍ୟରେ ୧୦ ଆନ୍ଧ୍ର ଛାତ୍ରଙ୍କ ଆତ୍ମହତ୍ୟା
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ବୁଧବାର ଦିନ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ ପରୀକ୍ଷା ଫଳ ଆସିବାର ୨ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧୦ ଜଣ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଅନ୍ୟ ୨ ଜଣ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ମୋଟ୍ ୧୦ ଲକ୍ଷ ଛାତ୍ର ବସିଥିଲେ। ଏକାଦଶ ଶ୍ରେଣୀରେ ପାସ୍ ହାର ୬୧ ପ୍ରତିଶତ ଥିବାବେଳେ ଦ୍ବାଦଶରେ ପାସ୍ ହାର ୭୨ […]
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ବୁଧବାର ଦିନ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ ପରୀକ୍ଷା ଫଳ ଆସିବାର ୨ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧୦ ଜଣ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଅନ୍ୟ ୨ ଜଣ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ମୋଟ୍ ୧୦ ଲକ୍ଷ ଛାତ୍ର ବସିଥିଲେ। ଏକାଦଶ ଶ୍ରେଣୀରେ ପାସ୍ ହାର ୬୧ ପ୍ରତିଶତ ଥିବାବେଳେ ଦ୍ବାଦଶରେ ପାସ୍ ହାର ୭୨ ପ୍ରତିଶତ ରହିଛି। ଶ୍ରିକାକୁଲମ ଜିଲ୍ଲାରେ ଜଣେ ୧୭ ବର୍ଷୀୟ ଛାତ୍ର ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ମଲକାପୁରମ ଥାନା ଅଧୀନରେ ଜଣେ ଛାତ୍ର ଏବଂ ବିଶାଖାପାଟନମର ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେହିପରି ଚିତୁର ଜିଲ୍ଲାରେ ୨ ଜଣ, ଅନକପଲ୍ଲିରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି।




